ମନୋରଂଜନ

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା : ମୁମ୍ବାଇର ବିଭିନ୍ନ ସ୍ଥାନରେ ଏନସିବିର ଚଢ଼ାଉ, ଅଢ଼େଇ କୋଟିରୁ ଅଧିକ ଟଙ୍କାର ନିଶାଦ୍ରବ୍ୟ ଜବତ

ନୂଆଦିଲ୍ଲୀ : ମୁମ୍ବାଇରୁ ଅଢ଼େଇ କୋଟି ଟଙ୍କାର ନିଷିଦ୍ଧ ନିଶାଦ୍ରବ୍ୟ ଜବତ । ଖାଲି ସେତିକି ନୁହେଁ, ନିଶାଦ୍ରବ୍ୟ କାରବାର କରୁଥିବା ରିଗେଲ ମହାକାଳକୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି। ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା ସହ ସମ୍ପୃକ୍ତ ଘଟଣାରେ, ଗୁଇନ୍ଦା ସୂଚନା ଆଧାରରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ ହୋଇଥିଲା।

ଏହି ସମୟରେ ଅନ୍ଧେରୀ ୱେଷ୍ଟ ଏରିଆରୁ ୫ କେଜି ଓଜନର ଗଞ୍ଜେଇ ସହିତ କିଛି ଅଫିମ ଜବତ କରିଥିଲା ଏନସିବି । ଯାହା ଜଣାପଡିଛି, ଜବତ ନିଶାଦ୍ରବ୍ଯର ଆନୁମାନିକ ବଜାର ମୂଲ୍ଯ ପାଖାପାଖି ଅଢ଼େଇ କୋଟିରୁ ଅଧିକ ହେବ। ସୂଚନା ଥାଉକି, ଦୀର୍ଘଦିନରୁ ଏଜେନ୍ସି ସ୍କାନରରେ ରହିଥିଲା ଡ୍ରଗ୍ସ ମାଫିଆ ରିଗେଲ୍‌ ମହାକାଳ। ଯାହାକୁ ଗିରଫ କରିବାରେ ସଫଳ ହୋଇଛି ଟିମ୍ ।

ତେବେ ଗତ ସେପ୍ଟେମ୍ବର ମାସରେ ଗିରଫ ହୋଇଥିବା ଅନୁଜ କେଶୱାନିଙ୍କୁ ପଚରା ଉଚରାବେଳେ ମହାକାଳର ନାମ ସାମ୍ନାକୁ ଆସିଥିଲା । ଯାହା ଜଣାପଡିଛି, ମହାକାଳକୁ ସ୍ଥାନୀୟ କୋର୍ଟରେ ଆଜି ହାଜର କରାଯାଇଥିଲା । ଏହାପରେ କୋର୍ଟ ଡିସେମ୍ବର ମାସ ୧୧ ତାରିଖ ପର୍ଯ୍ୟନ୍ତ ଏନସିବି ହେପାଜତକୁ ପଠାଇ ଦେଇଛନ୍ତି। ସୁଶାନ୍ତ ଆତ୍ମହତ୍ୟା ମାମଲାର ତଦନ୍ତ ଶେଷ ହୋଇ ନଥିବାରୁ ମହାକାଳକୁ ପଚରା ଉଚରା କରାଯିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବାର ଆଶା ରଖିଛି ଏନସିବି ।

Sonalisa

Recent Posts

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

34 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

45 mins ago

ଜୀବନର ଶେଷ ରିଲ୍‌…୩୦୦ ଫୁଟ୍‌ ଗଭୀର ଖାଇକୁ ଖସିଲା କାର୍‌, ଯୁବତୀ ମୃତ

ସୋସିଆଲ ମିଡିଆରେ ରିଲ୍ସ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଉତ୍ସାହ ରହୁଛି ଯେ ନିୟମ ସୁଦ୍ଧା ମାନିବାକୁ ସେମାନେ ପ୍ରସ୍ତୁତ…

1 hour ago

ରିଳିଜ୍‌ ହେଲା ଫିଲ୍ମ ‘ସରଫିରା’ର ଟ୍ରେଲର, ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ଅକ୍ଷୟ କୁମାର

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ସରଫିରା'ଟ୍ରେଲର ରିଲିଜ୍‌ ହୋଇଛି । ଖିଲାଡୀ କୁମାରଙ୍କ ଅପ୍‌କମିଂ ଫିଲ୍ମ ସରଫିରା…

1 hour ago

ଇକ୍ୱାଡୋରରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ; ୮ ମୃତ, ୧୧ ନିଖୋଜ

ଇକ୍ୱାଡୋରରେ ବର୍ଷା ରଚିଛି ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଅନେକ ସମସ୍ୟା ସାମ୍ନା କରିଛନ୍ତି । ମଧ୍ୟ…

1 hour ago

ଧର୍ମଶାଳା ରଜ କୁଇନ ମୁକୁଟ ପିନ୍ଧିଲେ ସୁଭଦ୍ରା

ଯାଜପୁର(କେନ୍ୟୁଜ୍‌) : ସାରା ରାଜ୍ୟରେ ମେଲିଛି ରଜର ଆସର । ଧୁମ୍‌ ଧାମ୍‌ ରେ ଏଥର ସବୁଠି ପାଳିତ ହୋଇଯାଇଛି…

2 hours ago