ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା : ମୁମ୍ବାଇର ବିଭିନ୍ନ ସ୍ଥାନରେ ଏନସିବିର ଚଢ଼ାଉ, ଅଢ଼େଇ କୋଟିରୁ ଅଧିକ ଟଙ୍କାର ନିଶାଦ୍ରବ୍ୟ ଜବତ

ନୂଆଦିଲ୍ଲୀ : ମୁମ୍ବାଇରୁ ଅଢ଼େଇ କୋଟି ଟଙ୍କାର ନିଷିଦ୍ଧ ନିଶାଦ୍ରବ୍ୟ ଜବତ । ଖାଲି ସେତିକି ନୁହେଁ, ନିଶାଦ୍ରବ୍ୟ କାରବାର କରୁଥିବା ରିଗେଲ ମହାକାଳକୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି। ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା ସହ ସମ୍ପୃକ୍ତ ଘଟଣାରେ, ଗୁଇନ୍ଦା ସୂଚନା ଆଧାରରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ ହୋଇଥିଲା।

ଏହି ସମୟରେ ଅନ୍ଧେରୀ ୱେଷ୍ଟ ଏରିଆରୁ ୫ କେଜି ଓଜନର ଗଞ୍ଜେଇ ସହିତ କିଛି ଅଫିମ ଜବତ କରିଥିଲା ଏନସିବି । ଯାହା ଜଣାପଡିଛି, ଜବତ ନିଶାଦ୍ରବ୍ଯର ଆନୁମାନିକ ବଜାର ମୂଲ୍ଯ ପାଖାପାଖି ଅଢ଼େଇ କୋଟିରୁ ଅଧିକ ହେବ। ସୂଚନା ଥାଉକି, ଦୀର୍ଘଦିନରୁ ଏଜେନ୍ସି ସ୍କାନରରେ ରହିଥିଲା ଡ୍ରଗ୍ସ ମାଫିଆ ରିଗେଲ୍‌ ମହାକାଳ। ଯାହାକୁ ଗିରଫ କରିବାରେ ସଫଳ ହୋଇଛି ଟିମ୍ ।

arrestତେବେ ଗତ ସେପ୍ଟେମ୍ବର ମାସରେ ଗିରଫ ହୋଇଥିବା ଅନୁଜ କେଶୱାନିଙ୍କୁ ପଚରା ଉଚରାବେଳେ ମହାକାଳର ନାମ ସାମ୍ନାକୁ ଆସିଥିଲା । ଯାହା ଜଣାପଡିଛି, ମହାକାଳକୁ ସ୍ଥାନୀୟ କୋର୍ଟରେ ଆଜି ହାଜର କରାଯାଇଥିଲା । ଏହାପରେ କୋର୍ଟ ଡିସେମ୍ବର ମାସ ୧୧ ତାରିଖ ପର୍ଯ୍ୟନ୍ତ ଏନସିବି ହେପାଜତକୁ ପଠାଇ ଦେଇଛନ୍ତି। ସୁଶାନ୍ତ ଆତ୍ମହତ୍ୟା ମାମଲାର ତଦନ୍ତ ଶେଷ ହୋଇ ନଥିବାରୁ ମହାକାଳକୁ ପଚରା ଉଚରା କରାଯିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବାର ଆଶା ରଖିଛି ଏନସିବି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.