Below header

ଚାଣକ୍ୟଙ୍କ ଅନୁସାରେ ଯେଉଁଠି ରଖାଯାଇଥାଏ ଏହି ୩ଟି କଥାର ଧ୍ୟାନ, ସେଠି ସ୍ୱୟଂ ବିରାଜମାନ ହୋଇଥାନ୍ତି ମହାଲକ୍ଷ୍ମୀ

ଜୀବନରେ ସେହି ବ୍ୟକ୍ତିଙ୍କୁ ସଫଳତା ଓ ସୁଖ ପ୍ରାପ୍ତ ହୋଇଥାଏ, ଯିଏ ସବୁବେଳେ ସତର୍କ ରହିଥାଏ ଏବଂ ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥାଏ। ଯେଉଁ ବ୍ୟକ୍ତି ନିର୍ଦ୍ଧାରିତ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଯୋଜନା ବନାଇ ଠିକ ତରିକାରେ କାର୍ଯ୍ୟ କରିଥାଏ, ସେ ହିଁ ଶିଖର ପର୍ଯ୍ୟନ୍ତ ପହଞ୍ଚିପାରିଥାଏ।

କିଛି ଲୋକ ଜୀବନରେ ପୂରା ପରିଶ୍ରମ କରିବା ପରେ ବି ସଫଳ ହୋଇପାରନ୍ତି ନାହିଁ, ଯଦ୍ଦ୍ୱାରା କି ସେମାନଙ୍କୁ ଧନ ଅଭାବର ସାମ୍ନା କରିବାକୁ ପଡ଼ିଥାଏ। ଏହି ସମ୍ବନ୍ଧରେ ଚାଣକ୍ୟ ୩ଟି ମୁଖ୍ୟ କଥା କହିଛନ୍ତି। ଆଜି ଆମେ ଆପଣଙ୍କୁ ତାହା ବିଷୟରେ କହିବାକୁ ଯାଉଛୁ।

lakmi2

୧. ଚାଣକ୍ୟଙ୍କ ଅନୁସାରେ, ଯେଉଁ ଘରେ ମୁଖିଆଙ୍କ ଅପେକ୍ଷା ବୁଦ୍ଧିମାନ ଲୋକଙ୍କୁ ଉଚିତ ମାନ, ସମ୍ମାନ ଦିଆଯାଇଥାଏ, ସେହି ଘରେ ମହାଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି।

guest

୨. ଯେଉଁ ଘରେ ସ୍ୱାମୀ, ସ୍ତ୍ରୀ ସବୁବେଳେ ପ୍ରେମରେ ରହିଥାନ୍ତି, ସେମାନଙ୍କ ଭିତରେ କୌଣସି ଲଢ଼େଇ, ଝଗଡ଼ା ହୁଏନାହିଁ, ସେଠାରୁ ମହାଲକ୍ଷ୍ମୀ କେବେ ବି ଯାଇ ନ ଥାନ୍ତି।

vegetable

୩. ଚାଣକ୍ୟ କହିଛନ୍ତି, ଯେଉଁ ଘରେ ଅନ୍ନର ପର୍ଯ୍ୟାପ୍ତ ଭଣ୍ଡାର ରହିଥାଏ, ଯେଉଁ ଘରୁ କେହି ଭୋକରେ କି ଖାଲି ହାତରେ ଯାଇ ନ ଥାଏ, ଅତିଥିମାନଙ୍କୁ ଭଲ ଭାବେ ଆଦର, ଯତ୍ନ କରାଯାଇଥାଏ ଏବଂ ଯେଉଁଠି ସାତ୍ତ୍ଵିକ ଭୋଜନ କରାଯାଇଥାଏ, ସେଠି ଧନର ଦେବୀ ମହାଲକ୍ଷ୍ମୀ ସ୍ୱୟଂ ବିରାଜମାନ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.