Below header

ଆପୋଲୋ ହସ୍‌ପିଟାଲ ଚେନ୍‌ ପ୍ରତିଦିନ ୧୦ ଲକ୍ଷ ଟିକା ଦେବାକୁ ପ୍ରସ୍ତୁତ, କେବଳ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା

କରୋନା ଟିକାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଖବରମାନ ପ୍ରକାଶ ପାଉଛି । ସାରା ଦେଶବାସୀ କରୋନା ଟିକା ପାଇବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏହି ସମୟରେ ଏକ ଭଲ ଖବର ଜଣାପଡ଼ିଛି ଯେ ଆପୋଲୋ ହସ୍‌ପିଟାଲ୍‌ ଚେନ୍‌ ଦିନକୁ ୧ ମିଲିୟନ୍‌ ବା ୧୦ ଲକ୍ଷ ଡୋଜ୍‌ କରୋନା ଟିକା ଲୋକଙ୍କୁ ଦେବା ପାଇଁ ପ୍ରସ୍ତୁତ ହେଉଛି ।

ତେବେ ସରକାର ଏ ସମ୍ପର୍କରେ କିଛି ବିଧିବଦ୍ଧ ଘୋଷଣା କରି ନାହାଁନ୍ତି । ଟିକା କିପରି ବଣ୍ଟନ କରାଯିବ ଓ ଏହା ଲୋକଙ୍କୁ କିପରି ଦିଆଯିବ ସେ ସମ୍ପର୍କରେ ସରକାର କିଛି ଘୋଷଣା କରି ନାହାଁନ୍ତି । କରୋନା ଟିକା ଦେବା ପାଇଁ ଘରୋଇ ସ୍ୱାସ୍ଥ୍ୟ ୟୁନିଟ୍‌କୁ ନିଆଯିବ କିମ୍ବା କେବଳ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଦିଆଯିବ ସେ ସମ୍ପର୍କରେ ସରକାରଙ୍କ ପକ୍ଷରୁ କିଛି କୁହାଯାଇନାହିଁ ।

ହେଲେ ଇତିମଧ୍ୟରେ ଦେଶର ସବୁଠୁ ବଡ଼ ହସ୍‌ପିଟାଲ୍‌ ଆପୋଲୋ ହସ୍‌ପିଟାଲ, ଲୋକଙ୍କୁ କରୋନା ଟିକା ଦେବା ପାଇଁ ପ୍ରାୟ ୬ ହଜାର ଷ୍ଟାଫ୍‌ଙ୍କୁ ଟ୍ରେନିଂ ଦେଇଥିବା ଜଣାପଡ଼ିଛି । ଯାହାଫଳରେ ଆପୋଲୋକୁ ଯଦି ସରକାର ଦାୟିତ୍ୱ ଦିଅନ୍ତି ତା’ହେଲେ ସେ ଦିନକୁ ୧୦ ଲକ୍ଷ ଲୋକଙ୍କୁ ଟିକା ଦେଇପାରିବ । ତେବେ କେବେଠୁ ଟିକା ଦିଆଯିବ ଓ କେମିତି ଦିଆଯିବ ସେ ସମ୍ପର୍କରେ ସରକାରଙ୍କ ପକ୍ଷରୁ କିଛି ଘୋଷଣା କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.