ଝାଡ଼ଖଣ୍ଡ: ସ୍ବାମୀଙ୍କ ସାମ୍ନାରେ ୧୭ଜଣ ଯୁବକଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହେଲେ ମହିଳା, ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ଜାତୀୟ ମହିଳା ଆୟୋଗର ନିର୍ଦ୍ଦେଶ

ରାଞ୍ଚି: ପୁଣି ମହିଳାଙ୍କୁ ଦୁଷ୍କର୍ମ । ଝାଡ଼ଖଣ୍ଡରେ ୧୭ଜଣ ଯୁବକଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହେଲେ ମହିଳା। ମିଳିଥିବା ସୂଚନା ମୁତବାକ, ସ୍ବାମୀଙ୍କ ସହ ଘରକୁ ଫେରୁଥିବା ବେଳେ ବାଟରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ସ୍ବାମୀଙ୍କୁ ବାନ୍ଧି ଦେବା ସହିତ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଗତ ମଙ୍ଗଳବାର ଘଟିଥିବା ଜଣାପଡିଛି ।

ମଙ୍ଗଳବାର ଦିନ ମହିଳା ଜଣଙ୍କ ମାର୍କେଟରୁ ନିଜ ସ୍ବାମୀଙ୍କ ସହ ଘରକୁ ଫେରୁଥିବା ବେଳେ ଅଧାବାଟାରେ ପାଖାପାଖି ୧୭ଜଣ ଅଭିଯୁକ୍ତ ସେମାନଙ୍କୁ ଅଟକାଇଥିଲେ। ଏହା ପରେ କିଛି ଯୁବକ ପୀଡ଼ିତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିବାରୁ ପୀଡ଼ିତାଙ୍କ ସ୍ବାମୀ ସେମାନଙ୍କୁ ଅଟକାଇବା ପାଇଁ ଉଦ୍ଯମ କରିଥିଲେ। ଯେହେତୁ ସେମାନେ ୧୭ ଜଣ ଥିଲେ ମହିଳାଙ୍କ ସ୍ବାମୀ ସେମାନଙ୍କୁ କାବୁ କରିବାରେ ବିଫଳ ହୋଇଥିଲେ ।

rape picତେବେ ଅଭିଯୁକ୍ତମାନେ ମହିଳାଙ୍କ ସ୍ବାମୀଙ୍କୁ ପାଖରେ ଥିବା ଏକ ଗଛରେ ବାନ୍ଧି ଦେବା ସହ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରିବା ସମୟରେ ଅଭିଯୁକ୍ତମାନେ ନିଶାଗ୍ରସ୍ତ ଥିବା ପୀଡ଼ିତା କହିଛନ୍ତି।

ଏ ନେଇ ପୀଡ଼ିତା ଜାତୀୟ ମହିଳା ଆୟୋଗ ପାଖରେ ପହଞ୍ଚିବା ପରେ ଏହି ଯୌନ ନିର୍ଯାତନା ମାମଲାରେ ଦୁଇ ମାସ ମଧ୍ୟରେ ଯାଞ୍ଚ ଶେଷ କରିବାକୁ ଗୃହ ମନ୍ତ୍ରାଳୟର ରହିଥିବା ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା ଝାଡଖଣ୍ଡର ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମହିଳା ଆୟୋଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.