Below header

ରୋଜଗାର ଦିଅ, ଲୁହାପଥର ନିଅ : ଏହି ଦାବି ନେଇ ଭଞ୍ଜସେନା ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଜାତୀୟ ରାଜପଥ ୪୯କୁ ଆଜି ଭଞ୍ଜ ସେନା ତରଫରୁ ରୋଜଗାର ଦିଅ, ଲୁହାପଥର ନିଅ ଦାବିରେ ଅର୍ଥନୈତିକ ଅବରୋଧ କରାଯାଇଛି। କରଞ୍ଜିଆ ଉପଖଣ୍ଡର ଜଶିପୁର ଥାନା କୁଇତା ନିକଟରେ ଆଇରନ ଗାଡ଼ି ଗୁଡିକ ଦିର୍ଘ ସମୟ ଧରି ଅଟକା ଯାଇଛି ।

କେବଳ ଆଇରନ ଗାଡି ଗୁଡିକୁ ଅଟକ ରଖାଯାଇଛି। ଭଞ୍ଜସେନାର ଦାବି ହେଉଛି ମୟୁରଭଞ୍ଜ ଜିଲ୍ଲାରେ ନିଯୁକ୍ତି ପ୍ରଦାନ କରାଯାଉ । ଘଟଣା ସ୍ଥଳରେ ଜଶିପୁର ପୋଲିସ ପହଁଚି ବୁଝାସୁଝା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.