Below header

ଜନ୍ମର ଚାରିଦିନରୁ ହିଁ କ୍ୟାନ୍ସର ସହ ଲଢ଼ୁଛି ସାଇରାଜ, ଏବେ ଚିକିତ୍ସା ଅପେକ୍ଷାରେ ବାପା ମାଆ

ପୁଅଟିଏ ପାଇବାକୁ କରିଥିଲେ କେତେ ବ୍ରତ କେତେ ଉପବାସ । ପୁଅ ତ ହେଲା ହେଲେ ଜନ୍ମର ଚାରିଦିନ ପରେ ପୁଅ ଆକ୍ରାନ୍ତ ହେଲା ମାରାତ୍ମକ କ୍ୟାନସର ରୋଗରେ । ଚିକିତ୍ସା ପାଇଁ ବୁର୍ଲାଠୁ ଆରମ୍ଭକରି କଟକ ପର୍ଯ୍ୟନ୍ତ ନେଲେ । ହେଲେ ଏବେ ନିରାଶ ହୋଇ ସରକାରୀ ସାହାଯ୍ୟ ଅପେକ୍ଷାରେ ବାପା ମାଆ ।  ସୁବର୍ଣ୍ଣପୁର ଜିଲ୍ଲା କେନ୍ଦୁମୁଣ୍ଡା ଗାଁରୁ ଦେଖିବା ଜଣେ ଅସହାୟ ଶିଶୁର କାହଣୀ । ସବୁ ଛୁଆଙ୍କ ଭଳି ଖେଳୁଛି ବୁଲୁଛି । ହେଲେ ଦିନକୁ ଦିନ ଅସ୍ୱାଭାବିକ ଭାବେ ବଢି ଚାଲିଛି ତାର ପେଟ । କାରଣ ସେ ଏବେ ମାରାତ୍ମକ କ୍ୟାନସର ରୋଗରେ ପିଡିତ । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା କେନ୍ଦୁମୁଣ୍ଡା ଗାଁର ଦୁଇ ବର୍ଷୀୟ ସାଇରାଜ ବାଦୀ । ଶେଷଦେବ ଓ ଆଲିମା ଦୀପଙ୍କ ଏକମାତ୍ର ପୁଅ ।

ପୁଅଟିଏ ପାଇବାକୁ ସେମାନେ କରିଥିଲେ କେତେ ପୂଜାବ୍ରତ । ପୁଅଟିଏ ତ ହେଲା ହେଲେ ଚାରିଦିନ ପରେ ହଠାତ ରୋଗ ଆକ୍ରାନ୍ତ କଲା । ପୁଅକୁ ନେଇ ବୁର୍ଲାଠୁ ଆରମ୍ଭକରି କଟକ ବଡମେଡିକାଲ ଏବଂ ଏମ୍ସ ପର୍ଯ୍ୟନ୍ତ ନେଲେ । ହେଲେ ସେଠାରେ ସାଇରାଜକୁ କ୍ୟାନସର ହୋଇଥିବା ଡାକ୍ତର କହିଥିଲେ । ପାଖରେ ଥିବା ସବୁତକ ସମ୍ପତି ସାରିସାରିଲେଣି ଶେଷଦେବ । ହେଲେ ଏବେ ଆଉ ପୁଅର ଚିକିତ୍ସା ପାଇଁ ସମ୍ବଳ ନାହିଁ । ଏଣୁ ସରକାରୀ ସହୟତା ଦାବୀ କରିଛନ୍ତି ସାଇରାଜର ପରିବାର ଲୋକେ ।

ଶେଷଦେବ ଜଣେ ନିହାତି ଗରିବ ଲୋକ । ଦିନ ମଜୁରିଆ ଭାବେ କାମକରି ପରିବାର ଚଳାନ୍ତି । ସାଇରାଜକୁ ଥରେ ଅପରସେନ କରିବା ସହ କେମୋ ବି ଦିଆସରିଲାଣି । କିନ୍ତୁ ଆରୋଗ୍ୟ ହେଉନାହିଁ ସାଇରାଜ । ସାଇରାଜକୁ ଭଲ କରିବାକୁ ହେଲେ ଓଡିଶା ନୁହେଁ ବରଂ ବମ୍ବେ ନେବାକୁ ଡାକ୍ତର କହିିଛନ୍ତି । ଏଥିପାଇଁ ୫ ଲକ୍ଷ ଟଙ୍କାର ଆବସ୍ଯକତା ରହିଥିବାରୁ ଏବେ ଚିନ୍ତରେ ପଡିଯାଇଛନ୍ତି ସାଇରାଜର ବାପା ମାଁ । ଏଣୁ ସାଇରାଜକୁ ଭଲ କରିବାକୁ ସରକାରୀ କିମ୍ବା ବେସରକାରୀ ଭାବେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଶେଷଦେବ ଓ ଗ୍ରାମବାସୀ । ସେପଟେ ସିଏମଆରଏଫ କିମ୍ବା ରେଡକ୍ରସର ସହାୟତାରେ ତାର ଚିକିତ୍ସା କରାଯାଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.