Below header

ପଶ୍ଚିମବଙ୍ଗରେ ବିଜେପି ନେତା ଜେପି ନଡ୍ଡା ଏବଂ ବିଜୟବର୍ଗୀୟଙ୍କ ଗାଡ଼ି ଉପରେ ପଥର ମାଡ, ଭାଙ୍ଗିଲା ସାମ୍ନା କାଚ

କୋଲକାତା: ବିଜେପି ନେତା ଜେପି ନଡ୍ଡା ଏବଂ କୈଳାସ ବିଜୟବର୍ଗୀୟଙ୍କ ଗାଡ଼ି ଉପରେ ଆକ୍ରମଣ। ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଅଭିଯାନରେ ଯାଇଥିବାବେଳେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି।

ପଶ୍ଚିମବଙ୍ଗର ଡାଇମଣ୍ଡ୍‌ ହାର୍ବର୍‌ ଅଭିମୁଖେ ଯାଉଥିବା ବିଜେପିର ଜାତୀୟ ଅଧ୍ୟକ୍ଷ ଗାଡ଼ି ଉପରକୁ ଢେଲା ମାଡ ହୋଇଥିବା ନେଇ ଆଜି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ଅଭିଯୋଗ କରିଛନ୍ତି।ସୂଚନା ମୁତାବକ, ଆଜି ନଡ୍ଡାଙ୍କ ଗାଡ଼ି ଡାଇମଣ୍ଡ୍‌ ହାର୍ବର୍‌ ଆଡ଼କୁ ଯାଉଥିବା ସମୟରେ ପ୍ରତିବାଦକାରୀମାନେ ଏକାଠି ହୋଇ ରାସ୍ତା ଅବରୋଧ କରିବାକୁ ଉଦ୍ୟମ କରିଥିଲେ।

jp naddaସେହିଭଳି, ଅନ୍ୟ ଏକ ଘଟଣାରେ ଦକ୍ଷିଣ ୨୪ ପ୍ରଗଣାରେ ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟଙ୍କ ଗାଡ଼ି ଉପରକୁ ମଧ୍ୟ ପଥର ଫିଙ୍ଗାଯାଇଥିବା ଅଭିଯୋଗ ହୋଇଛି। ଫଳରେ କାର୍‌ଟିର ସମ୍ମୁଖ କାଚ ଭାଙ୍ଗିଯାଇଥିବାର ଭିଡିଓ ମଧ୍ୟ ବିଜୟବର୍ଗୀୟ ସେୟାର୍‌ କରିଛନ୍ତି।

ଦିଲୀପ ଘୋଷ କହିଛନ୍ତି, ଡାଇମଣ୍ଡ୍‌ ହାର୍ବର୍‌କୁ ଯିବା ବାଟରେ, ତୃଣମୂଳ କଂଗ୍ରେସର ସମର୍ଥକମାନେ ରାସ୍ତା ଅବରୋଧ କରି ନଡ୍ଡାଜୀ ଏବଂ ଅନ୍ୟମାନଙ୍କ କାର୍‌ ଉପରକୁ ଢେଲା ଫିଙ୍ଗିଥିଲେ। ଏହା ତୃଣମୂଳ କଂଗ୍ରେସର ବାସ୍ତବ ରୂପ। ଏହି ଅଭିଯୋଗରେ ପ୍ରତିକ୍ରିୟା ପ୍ରକାଶ କରି ଶାସକ ତୃଣମୂଳ କଂଗ୍ରେସର ନେତା ମଦନ ମିତ୍ର କହିଛନ୍ତି, ଏହି ହିଂସାକାଣ୍ଡରେ ବିଜେପିର ଗୁଣ୍ଡାମାନେ ସମ୍ପୃକ୍ତ ଅଛନ୍ତି, ଏଥିରେ ତୃଣମୂଳ କଂଗ୍ରେସର ସମ୍ପୃକ୍ତି ନାହିଁ। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.