ମିଠାରେ ଆଜି ବନାନ୍ତୁ ବାଦାମ୍‌ ହାଲଓ୍ଵା, ଶୀତୁଆ ପାଗରେ ଆସିଯିବ ମଜା

ଶୀତୁଆ ପାଗରେ ଗରମା ଗରମ ବ୍ୟଞ୍ଜନର ଅଲଗା ମଜା ରହିଛି। ଆଉ ଯେତେବେଳେ କଥା ମିଠାର ଆସେ ସେତେବେଳେ ପ୍ରଥମେ ମନକୁ ଆସେ ହାଲଓ୍ଵା। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବାଦାମ୍‌ ହାଲଓ୍ଵା। ଯାହା ସ୍ୱାଦରେ ଏକଦମ୍‌ ଜବରଦସ୍ତ ହେବା ସହିତ ଶରୀରକୁ ଗରମ ପ୍ରଦାନ କରିଥାଏ। ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ତାହେଲେ, ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ବାଦାମ୍‌ – ୨୫୦ ଗ୍ରାମ
  • କ୍ଷୀର – ଦୁଇ କପ୍‌
  • ଚିନି – ୨୦୦ ଗ୍ରାମ୍‌
  • କେସର – ୧୫ ରୁ ୨୦ ଟି
  • ଘିଅ – ୧୨୫ ଗ୍ରାମ
  • ଅଳେଇଚ – ୪ଟି (ଦର ପେଶା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

ବାଦାମ୍‌ ହାଲଓ୍ଵା ପ୍ରସ୍ତୁତ କରିବା ବହୁତ ସହଜ। ଏଥିପାଇଁ ସର୍ବପ୍ରଥମେ ପାଣି ଗରମ କରନ୍ତୁ ଏବଂ ବାଦାମ ପକାଇ କିଛି ସମୟ ଫୁଟାଇ ଦିଅନ୍ତୁ। ଏହାପରେ ଏହାକୁ ଥଣ୍ଡା କରି ବାଦାମକୁ ଛାଣି ଦିଅନ୍ତୁ। ଏହାପରେ ବାଦାମକୁ ଦରଦରା ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏକ ପ୍ୟାନରେ ଦେଶୀ ଘିଅ ଗରମ କରନ୍ତୁ। ଏହାପରେ ଏଥରେ ପ୍ରସ୍ତୁତ କରି ରଖିଥିବା ବାଦାମ ପେଷ୍ଟକୁ ପକାଇ ଦିଅନ୍ତୁ। ଏବେ ଏଥିରେ ଚିନି ପକାନ୍ତୁ ଏବଂ ଧୀମା ଆଞ୍ଚରେ ଅଳ୍ପ ସମୟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏହାକୁ ସେତେ ପର୍ଯ୍ୟନ୍ତ ଭାଜନ୍ତୁ ଯେ ପର୍ଯ୍ୟନ୍ତ ଏହା ବ୍ରାଉନ ନହୋଇଛି।

ଏହାରି ଭିତରେ କ୍ଷୀରକୁ ଗରମ କରିନିଅନ୍ତୁ। ଏଥିରେ କେସରକୁ ପକାଇ କିଛି ମିନିଟ୍‌ ପର୍ଯ୍ୟନ୍ତଏମିତି ରହିବାକୁ ଦିଅନ୍ତୁ। ଏବେ ଏହାକୁ ହାଲଓ୍ଵାରେ ମିଶାଇ ଦିଅନ୍ତୁ। ଏଥିରେ ଅଳେଇଚ ମଧ୍ୟ ପକାଇ ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଟେଷ୍ଟି ବାଦାମ ହାଲଓ୍ଵା। ଏବେ ଏହାକୁ ଆପଣ କଟା ବାଦାମ କିମ୍ବା ଖୁଆରେ ସଜାଇ ସର୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.