Below header

କଳାହାଣ୍ଡିରେ ନବନିର୍ମିତ କିସ୍ ଶାଖା ପରିଦର୍ଶନ କଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

କଳାହାଣ୍ଡି : ଦିନିକିଆ କଳାହାଣ୍ଡି ଗସ୍ତରେ କନ୍ଧମାଳ ସାଂସଦ ତଥା କିଟ୍‌, କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଭବାନୀପାଟଣା ନିକଟ ବାଦଲି ଗାଁରେ ନବନିର୍ମିତ କିସ୍‌ର ଶାଖା ପରିଦର୍ଶନ କରିଛନ୍ତି ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିସାରୀ ଯୋଗଦେଇଥିଲେ । ଗସ୍ତ ସମୟରେ ବହୁ ବରିଷ୍ଠ ଆଦିବାସୀ ନେତା କିସ୍‌ର ପୂର୍ବତନ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ । ନୂତନ କିସ୍‌ ଶାଖା ବିଦ୍ୟାଳୟରେ ମାଗଣା ରହିବା, ଖାଇବା ସହ ଶିକ୍ଷାଲାଭ କରିବେ ଆଦିବାସୀ ଛାତ୍ରଛାତ୍ରୀ । ଏଥିପାଇଁ ଆଦିବାସୀ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏଭଳି ମହତ୍ୱ କାମ ପାଇଁ ଡକ୍ଟର ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.