Below header

ରୟାଲ୍‌ ଏନ୍‌ଫିଲ୍ଡ ଲଞ୍ଚ୍‌ କରିବ ଇଲେକ୍ଟ୍ରିକ୍‌ ବାଇକ୍‌, ଜାଣନ୍ତୁ କ’ଣ ରହିଛି ଫିଚର୍‌

ଭାରତରେ ଇଲେକ୍‌ଟ୍ରିକ୍‌ (ବିଦ୍ୟୁତ୍‌ଚାଳିତ) ଗାଡ଼ି ଉପରେ ଏବେ କମ୍ପାନୀମାନେ ବେଶୀ ଧ୍ୟାନ ଦେଉଛନ୍ତି । କାରଣ ଭାରତରେ ଲୋକେ ଏବେ ବିଦ୍ୟୁତ୍‌ ଚାର୍ଜରେ ଚାଳିତ ଗାଡ଼ି ବ୍ୟବହାର କରୁଥିବା ଦେଖାଯାଇଛି । ଗ୍ରାହକଙ୍କର ଏହି ଆଗ୍ରହକୁ ଦୃଷ୍ଟିରେ ରଖି ରୟାଲ୍‌ ଏନ୍‌ଫିଲ୍ଡ କମ୍ପାନୀ ଇଲେକ୍‌ଟ୍ରିକ୍‌ ବାଇକ୍‌ ନିର୍ମାଣରେ ଲାଗିଛି ।

ଖୁବ୍‌ ଶୀଘ୍ର ରୟାଲ୍‌ ଏନ୍‌ଫିଲ୍ଡ୍‌ ଭାରତରେ ଇଲେକ୍ଟ୍ରିକ୍‌ ବାଇକ୍‌ ଲଞ୍ଚ୍‌ କରିବ ବୋଲି ଜଣାପଡ଼ିଛି । ନିକଟରେ ଏକ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ରେ ରୟାଲ୍‌ ଏନ୍‌ଫିଲ୍ଡ୍‌ ଭାରିଆଣ୍ଟର ଝଲକ ଦେଖିବାକୁ ମିଳିଥିଲା । ଯାହାର ଡିଜାଇନ୍‌ ଓ ଲୁକ୍‌ ବହୁତ ସୁନ୍ଦର ଥିଲା । ଯଦିଓ କମ୍ପାନୀ ନିଜର ଇଲେକ୍ଟ୍ରିକ୍‌ ବାଇକ୍‌ ର ମଡେଲ୍‌ ସମ୍ପର୍କରେ ବିଶେଷ କିଛି ଘୋଷଣା କରିନି । ତେବେ ୩୫୦ ଇଲେକ୍‌ଟ୍ରିକ୍‌ ଭର୍ଜନରେ ଏହା ଲଞ୍ଚ୍‌ ହେବ ବୋଲି ଚର୍ଚ୍ଚା ଚାଲିଛି ।

ROYAL ENFIELD.JPG-1

ଡୁଆଲ୍‌ ଟୋନ୍‌ କଲରରେ ଆସିବ ଏହି ଗାଡ଼ି

ରୟାଲ୍‌ ଏନ୍‌ଫିଲ୍ଡ ଆସନ୍ତା ୨୦୨୩ ମସିହାରେ ନିଜର ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌ ଲଞ୍ଚ୍‌ କରିପାରେ । ଇଣ୍ଡିଆନ୍‌ ଅଟୋ ବ୍ଲଗ୍‌ ଡଟ୍‌ କମ୍‌ ରେ ରୟାଲ୍‌ ଏନ୍‌ଫିଲ୍ଡ୍‌ ମିଟିୟର ୩୫୦ ଡମି ମଡେଲ୍‌ ର ଝଲକ୍‌ ଦେଖିବାକୁ ମିଳିଥିଲା । ଯାହାକି ଡୁଆଲ୍‌ ଟୋନ୍‌ କଲର୍‌ ବ୍ଲୁ ଏବଂ ହ୍ଵାଇଟ୍‌ କଲର୍‌ ଅପସନ୍‌ ରହିଛି । ଏହି ବାଇକ୍‌ର ଇଂଜିନ୍‌ ଓ ଚେସିସ୍‌ ଅଲଗା ପ୍ରକାର କରାଯାଇଛି । ରୟାଲ୍‌ ଏନ୍‌ଫିଲ୍ଡ୍‌ର ଆଗାମୀ ଇଲେକ୍ଟ୍ରିକ୍‌ ଭର୍ଜନ ର ଉପର ବା ଟାଙ୍କି ଭାଗ ହ୍ଵାଇଟ୍‌ କଲର୍‌ ଥିବା ବେଳେ ତଳ ଭାଗ ବ୍ଲୁ କଲର୍‌ ରେ ଆସିପାରେ ବୋଲି ଆଶାକରାଯାଉଛି । କମ୍ପାନୀ ବାଇକ୍‌ର ସାଇଡ୍‌ ପାନେଲ୍‌ ରେ ବାଇକ୍‌ର ନାମ ସହିତ ଇଭି ଲେଖିପାରେ ।

ROYAL ENFIELD

ଆଗାମୀରେ ଆସିବାକୁ ଥିବା କେତକ ଇଲେକ୍ଟ୍ରିକ୍‌ ବାଇକ୍‌

ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ରୟାଲ୍‌ ଏନ୍‌ଫିଲ୍ଡ୍‌ ଭାରତରେ ୨୦୦ ରୁ ୫୦୦ ସିସି ବାଇକ୍‌ ସେଗ୍‌ମେଣ୍ଟ୍‌ ବଜାୟ ରଖିଛି । ନିକଟରେ କମ୍ପାନୀ ମିଟିୟର ୩୫୦ ବାଇକ୍‌ ଲଞ୍ଚ୍‌ କରିବାକୁ ଯାଉଛି । ଯାହା କି ପାଓ୍ଵାର ଓ ଲୁକ୍‌ ରେ ଦେଖିବାକୁ ଜବରଦଦସ୍ତ ରହିଛି । ଆଗାମୀ ଦନରେ ବହୁତ କମ୍ପାନୀ ଇଲେକ୍ଟ୍ରିକ୍‌ ବାଇକ୍‌ ନିର୍ମାଣ କରିବାକୁ ଉତ୍ସାହିତ ଅଛନ୍ତି । ତେବେ ରୟାଲ୍‌ ଏନ୍‌ଫିଲ୍ଡ୍‌ ଏହି ଇଲେକ୍ଟ୍ରିକ୍‌ ବାଇକ୍‌ର ଦାମ୍‌ କେତେ ରଖୁଛି ତାହା ଦେଖିବାର ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.