ରାଇରଙ୍ଗପୁରରୁ ଉଦଳା ଫେରୁଥିବାବେଳେ ଭାରସାମ୍ଯ ହରାଇ ଓଲଟିଲା ଯତ୍ରୀବାହୀ ବସ୍: ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ,୩ ଗୁରୁତର

ରାଇରଙ୍ଗପୁର: ଭାରସାମ୍ଯ ହରାଇ ରାସ୍ତାକଡ ବିଲକୁ ଓଲଟିଲା ଯତ୍ରୀବାହୀ ବସ୍ । ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ,୩ ଗୁରୁତର । ଏପରି ଘଟଣା ଘଟିଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାତିବାରି ଜଙ୍ଗଲ ପାଖ ଝରଣା ଗ୍ରାମ ନିକଟରେ । ସୂଚନା ମୁତାବକ ପ୍ରାୟ ଦିନ ୧.୩୦ ମିନିଟ୍ ସମୟରେ ରାଇରଙ୍ଗପୁରରୁ ଉଦଳା ଫେରୁଥିବାବେଳେ ଯାତ୍ରୀବାହୀ ବସଟି ଭାରସାମ୍ଯ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ।

ବସରେ ପାଖାପାଖୀ ୫୦ରୁ ଅଧିକ ଯାତ୍ରୀ ଥିବାବେଳେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.