Below header

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ, ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ

ଢେଙ୍କାନାଳ (କେନ୍ୟୁଜ୍‌) : ଢେଙ୍କାନାଳ ରେଳ ଷ୍ଟେସନରେ ଅଟକି ରହିଥିବା ବେଳେ ଏକ ମାଲବାହୀ ଟ୍ରେନ୍‌ରେ ନିଆଁ ଲାଗି ଯାଇତିଲା । ଏହି କୋଇଲା ବୋଝେଇ ଟ୍ରେନ ଓ୍ଵାଗନ୍‌ରେ ନିଆଁ ଲାଗି ଯିବାରୁ ହଇଚଇ ସୃଷ୍ଟି ହୋଇଥିଲା । ତେବେ ତୁରନ୍ତ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

କୋଇଲା ବୋଝେଇ ଟ୍ରେନରେ ଗୋଟିଏ ବଗିରେ ନିଆଁ ଲାଗି ଧୂଆଁ ବାହାରୁ ଥିବାର ଦେଖିବାକୁ ମିଳିଥିଲା। ଏହାପରେ ରେଳ ବିଭାଗ ତରଫରୁ ଟ୍ରେନଟିକୁ ଷ୍ଟେସନରେ ଅଟକାଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖୁବ୍‌ ଶୀଘ୍ର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଷ୍ଟେସନ ନିକଟରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କିଭଳି ଭାବେ ଏହି କୋଇଲା ଓ୍ଵାଗନରେ ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ କିନ୍ତୁ ଠିକଣା ସମୟରେ ସୂଚନା ମିଳିବାରୁ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇ ପାରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.