Below header

ସକାଳୁ ଉଠୁ ଉଠୁ ଭୁଲରେ ବି କରନ୍ତୁ ନାହିଁ ଏପରି କାମ, ନଚେତ ପୂରା ଦିନ ଯିବ ବେକାର

କଥାରେ ଅଛି, ସକାଳ ସମୟ ଭଲରେ ଗଲା ତ ଦିନଟା ଭଲରେ କଟିବ। ଯଦି ଆପଣଙ୍କର ସକାଳ ଭଲରେ ନ ଗଲା, ତା’ହେଲେ ମନରେ ଅଶାନ୍ତି, ଅସ୍ଥିର ଲାଗିରହିବ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପଯୋଗୀ କଥା କହିବୁ, ଯାହାକୁ ଆପଣାଇଲେ ଆପଣଙ୍କ ଦିନ ବହୁତ ଭଲ ରହିବ ଏବଂ ମନ ବି ଶାନ୍ତ ରହିବ।

morning2

ସକାଳୁ ଉଠି କ’ଣ କରିବା ଉଚିତ ନୁହେଁ

୧. ସକାଳୁ ଉଠି କେବେ ଠି ନିଜ ମୁଁହକୁ ଆଇନାରେ ଦେଖନ୍ତୁ ନାହିଁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଜାତ ହୋଇଥାଏ।

୨. କେବେ ବି କାହାର ମୁଁହ ଚାହିଁବା ଉଚିତ ନୁହେଁ। ଏହାଦ୍ୱାରା ତାଙ୍କର ନକାରାତ୍ମକ ଶକ୍ତି ଆପଣଙ୍କ ପାଖକୁ ଆସିଯିବ।

୩. ସକାଳୁ ଉଠି କିଛି ଖାଇବା ପୂର୍ବରୁ କେବେ ବି କୌଣସି ଗାଈ କିମ୍ବା ପଶୁଙ୍କ ନାଁ ନେବା ଉଚିତ ନୁହେଁ।

୪. ସକାଳୁ କେବେ ବି ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଆପଣଙ୍କର ସକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ।

yoga

ସକାଳୁ ଉଠି କ’ଣ କରିବେ

୧. ସକାଳୁ ଉଠିବା କ୍ଷଣି ଇଷ୍ଟ ଦେବଙ୍କୁ ଦର୍ଶନ କରନ୍ତୁ।

୨. ନିଜ ମାଆ, ବାପାଙ୍କ ଗୋଡ଼ ଛୁଅନ୍ତୁ।

୩. ସାତ୍ତ୍ଵିକ ଆହାର ଖାଆନ୍ତୁ।

୪. ଗାଧୋଇ ପୂଜାପାଠ କରନ୍ତୁ।

୫. ସକାଳୁ କିଛି ସମୟ ପିଲାଙ୍କ ସହିତ ବିତାନ୍ତୁ।

୬. କିଛି ସମୟ ବ୍ୟାୟାମ ନିଶ୍ଚୟ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.