Below header

୨ ବର୍ଷ ଯାଏଁ ନୂଆ ଚାକିରିଆଙ୍କ EPF ପୈଠ କରିବେ କେନ୍ଦ୍ର ସରକାର, ଜାଣନ୍ତୁ କେତେ ସଂଖ୍ୟକ କର୍ମଚାରୀ ଥିବା ସଂସ୍ଥା ଏହାର ଲାଭ ପାଇବେ

କେନ୍ୟୁଜ୍(ବ୍ୟୁରୋ):  କରୋନା ସଙ୍କଟ ସମୟରେ  ଦେଶରେ ରୋଜଗାର ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି କେନ୍ଦ୍ର ସରକାର । ବୁଧବାର ଦିନ ଆତ୍ମନିର୍ଭରଶୀଳ ଭାରତ ନିଯୁକ୍ତି ଯୋଜନାକୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ ସରକାର ଉଭୟ ନୂଆ ଚାକିରି ପାଇଥିବା  ଏବଂ ନୂଆ ନିଯୁକ୍ତିଦାତାଙ୍କୁ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ୍) ଉପରେ ୧୨-୧୨ ପ୍ରତିଶତ ସବସିଡି ପ୍ରଦାନ କରିବେ । ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ ୧,୫୮୪ କୋଟି ଟଙ୍କା ଏବଂ ୨୦୨୦-୨୦୨୩ ସମଗ୍ର ଯୋଜନା ଅବଧି ପାଇଁ ୨୨,୮୧୦ କୋଟି ଟଙ୍କା ବଜେଟ୍ ଆକଳନ କରାଯାଇଛି। ଏହି ଯୋଜନାରେ ୫୮.୫ ଲକ୍ଷ କର୍ମଚାରୀ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହା ସହ ଜଡିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

 

ଏହି ଯୋଜନା ଅଧୀନରେ, କେନ୍ଦ୍ର ସରକାର ଅକ୍ଟୋବର ୧, ୨୦୨୦ କିମ୍ବା ପରେ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଜଡିତ ସମସ୍ତ ନୂତନ କର୍ମଚାରୀଙ୍କୁ ଦୁଇ ବର୍ଷ ପାଇଁ ସବସିଡି ପ୍ରଦାନ କରିବେ। ଏହି ସୁବିଧା କେବଳ ସେହି ଅନୁଷ୍ଠାନରେ ଉପଲବ୍ଧ ହେବ ଯେଉଁଠାରେ ୧୦୦୦ କର୍ମଚାରୀ ଅଛନ୍ତି।  ୧୦୦୦ରୁ ଅଧିକ କର୍ମଚାରୀ ଥିବା ନିଯୁକ୍ତି ପ୍ରଦାନକାରୀ ସଂସ୍ଥାଗୁଡ଼ିକରେ, କେନ୍ଦ୍ର ସରକାର ନୂତନ କର୍ମଚାରୀଙ୍କ ପ୍ରତି ଦୁଇ ବର୍ଷ ପାଇଁ ଇପିଏଫରେ ମାତ୍ର ୧୨  ପ୍ରତିଶତ କର୍ମଚାରୀ ଅଶଂଧନ ଡିପୋଜିଟ କରିବେ।  ଯେକୌଣସି ଇପିଏଫ୍ ସଦସ୍ୟ ଯାହାର ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର ଅଛି ଏବଂ ତାଙ୍କର ମାସିକ ବେତନ ୧୫,୦୦୦ରୁ କମ୍ ଏବଂ ଯଦି ସେ ଚଳିତ ବର୍ଷ ମାର୍ଚ୍ଚରୁ ସେପ୍ଟେମ୍ବର ମଧ୍ୟର କୋଭିଡ୍ ମହାମାରୀ ସମୟରେ ଚାକିରି ଛାଡିଥା’ନ୍ତି ଏବଂ ଇପିଏଫ୍ ପରିସରରେ କୌଣସି ଚାକିରୀ ପାଇବାକୁ ହକଦାର ନୁହଁନ୍ତି ଯଦି ଚାକିରି କରିଥିବା ସଂସ୍ଥାରେ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାକିରିକୁ ନଆସିଥାନ୍ତି , ତେବେ ସେମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଯୋଗ୍ୟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.