ମନୋରଂଜନ

ମୌନୀ ରୟ ସ୍ୱାମୀଙ୍କ ସହିତ ପାଳିଲେ ପ୍ରଥମ ହୋଲି, ସୂରଜଙ୍କ ପାଦରେ ଦେଲେ ଅବିର; ଦେଖନ୍ତୁ ଫଟୋ

ଏବେ ସବୁଠି ହୋଲିର ମାହୋଲ। ବଲିଉଡ୍‌ର ଅନେକ କପଲ୍ସଙ୍କର ଏହା ପ୍ରଥମ ହୋଲି। ସେମାନେ ଏହାର ଫଟୋ ମଧ୍ୟ ସେୟାର କରିବାରେ ଲାଗିଛନ୍ତି। ଏହି କ୍ରମରେ ନବବିବାହିତା ଅଭିନେତ୍ରୀ ମୌନୀ ରୟ ବି ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସ୍ୱାମୀ ସୂରଜ ନାମ୍ବିୟାରଙ୍କ ସହ ହୋଲି ସେଲିବ୍ରେଟ୍‌ କରୁଥିବାର ଦେଖା ଯାଉଛନ୍ତି। ପ୍ରଥମ ଥର ଦୁହେଁ ଏକାଠି ହୋଲି ସେଲିବ୍ରେଟ୍‌ କରି ବହୁତ ଖୁସି ଥିବା ନଜର ଆସିଛନ୍ତି। ଏକ ଫଟୋରେ ମୌନୀ ସ୍ୱାମୀଙ୍କୁ ରଙ୍ଗ ଲଗାଉଥିବା ବେଳେ ଆଉ ଏକ ଫଟୋରେ ସେ ସୂରଜଙ୍କ ପାଦରେ ଅବିର ପକାଉଥିବା ନଜର ଆସିଛନ୍ତି।

ମୌନୀ ରୟ ସୂରଜ ନାମ୍ବିୟାରଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି, ‘ଆପଣଙ୍କ ଜୀବନରେ ଖୁସି, ପ୍ରେମ ଏବଂ ହସର ରଙ୍ଗ ସବୁବେଳେ ରହୁ। ହାପି ହୋଲି’। ଏହିପରି ସେମାନେ ଫ୍ୟାନମାନଙ୍କୁ ମଧ୍ୟ ହୋଲି ଶୁଭେଚ୍ଛା ଜଣାଇଛନ୍ତି। ମୌନୀଙ୍କର ଏହି ପୋଷ୍ଟରେ ଫିଲ୍ମ ଷ୍ଟାର ଏବଂ ଫ୍ୟାନମାନେ ଖୁବ୍‌ କମେଣ୍ଟ କରିଛନ୍ତି।

ମୌନୀ ରୟଙ୍କ ଓ୍ଵାର୍କ ଫ୍ରଣ୍ଟ୍‌ ଦେଖିଲେ, ବର୍ତ୍ତମାନ ସେ ‘DID Little Master’ ସିଜନ ୫ର ଜଜ୍‌ ରୂପେ ନଜର ଆସୁଛନ୍ତି। ଏଥିରେ ରେମୋ ଡିସୁଜା ଓ ସୋନାଲି ବିନ୍ଦ୍ରେଙ୍କ ସହ ମୌନୀ କୁନି ନୃତ୍ୟଶିଳ୍ପୀମାନଙ୍କୁ ଉତ୍ସାହିତ କରୁଥିବାର ଦେଖାଯାଇ ପାରିବ। ଏହା ବ୍ୟତୀତ ସେ ବ୍ରହ୍ମାସ୍ତ୍ର ଫିଲ୍ମରେ ବି ନଜର ଆସିବେ। ଏଥିରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ଚଳିତବର୍ଷ ସେପ୍ଟେମ୍ବର ୯ରେ ଥ୍ରୀଡି ଇଫେକ୍ଟ ସହିତ ସିନେମା ଘରେ ରିଲିଜ୍‌ ହେବ। ଫିଲ୍ମ ‘ବ୍ରହ୍ମାସ୍ତ୍ର’ ହିନ୍ଦୀ ସହ ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲୟାଲମ୍‌ ଭାଷାରେ ନିର୍ମିତ ହୋଇଛି।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

11 seconds ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

19 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

27 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

44 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago