ସ୍ପେଶାଲ

ଏହି ଗାଁର ଅଧିକାଂଶ ଲୋକଙ୍କର ଗାୟବ ରହିଛି ଗୋଟିଏ କିଡନୀ, ବାସ୍ତବ କଥା ଜାଣିଲେ ଉଡିଯିବ ହୋସ୍‌

ପ୍ରତ୍ୟେକ ମଣିଷ ଶରୀର ଭିତରେ ଦୁଇଟି କିଡନୀ ଥାଏ। ଯଦି ଗୋଟେ କିଡନୀ କାଢ଼ି ଦିଆଯାଏ, ତାପରେ ବି ଗୋଟିଏ କିଡନୀରେ ମଣିଷ ସାଧାରଣ ଜୀବନ ବଞ୍ଚିପାରିବ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଫଗାନିସ୍ତାନର ଏପରି ଏକ ଗାଁ ରହିଛି ଯେଉଁଠି ଲୋକଙ୍କ ପେଟରେ ଗୋଟିଏ କିଡନୀ ଗାୟବ ରହିଛି। ଏଠାରେ ଅଧିକାଂଶ ଲୋକଙ୍କର ଦୁଇଟି ଲେଖାଏଁ କିଡନୀ ବଦଳରେ ଗୋଟିଏ କିଡନୀ ସାହାରାରେ ନିଜ ଜୀବନ ଜିଉଁଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଗାଁରେ ଏମିତି ଶହ ଶହ ଲୋକ ଅଛନ୍ତି ଯେଉଁମାନେ ଗୋଟିଏ କିଡନୀ ସାହାରାରେ ବଞ୍ଚୁଛନ୍ତି।

ଆଫଗାନିସ୍ତାନର ହେରାତ ସହର ପାଖରେ ଥିବା ଏକ ଗାଁ କଥା ଆମେ ଆପଣଙ୍କୁ କହୁଛୁ। ଏହାର ନାମ ହେଉଛି ଶେନଶାୟବା ବଜାର। ସାରା ବିଶ୍ୱରେ ଏହି ଗାଁ ‘ଗୋଟିଏ କିଡନୀ ଗାଁ ବା ଓ୍ଵାନ କିଡନୀ ଭିଲେଜ’ ନାମରେ ବେଶ୍‌ ପ୍ରସିଦ୍ଧ। ତେବେ ଯଦି ଦର୍ଶକବନ୍ଧୁ ଆପଣ ଭାବୁଛନ୍ତି ଏହା ଏମାନଙ୍କର ଶାରୀରିକ ବିକୃତ କାରଣରୁ ହୋଇପାରିଥାଏ କିମ୍ବା ଏମାନଙ୍କର କୌଣସି ରୋଗ ବୋଲି ଭାବୁଛନ୍ତି ତାହେଲେ ଆପଣ ଭୁଲ ଭାବୁଛନ୍ତି। ଏଠାକାର ଲୋକ ନିଜର ଗୋଟେ କିଡନୀକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏମାନେ ପେଟକୁ ଗୋଟିଏ ପ୍ଲେଟ ଦାନା ଦେବା ପାଇଁ ନିଜର କିଡନୀ ବିକ୍ରି କରିଦେଉଛନ୍ତି।

ଆଫଗାନିସ୍ତାନର ଗୋଟିଏ ଗାଁର ଲୋକ କେବଳ ଦାରିଦ୍ର୍ୟ କାରଣରୁ ଏତେ ଅସହାୟ ହୋଇପଡୁଛନ୍ତି ଯେ ପେଟକୁ ଗଣ୍ଡେ ଖାଇବା ପାଇଁ ଏମାନଙ୍କୁ ନିଜ ଶରୀରର ଅଙ୍ଗ ବିକ୍ରି କରିବାକୁ ପଡୁଛି। ଏହା କେବଳ ଏଥିପାଇଁ ହେଉଛି ତାଲିବାନୀ ଶାସନ ପରେ ଏଠାରେ ଲୋକମାନେ ଅନାହାରରେ ଜୀବନ ଜିଉଁଛନ୍ତି। ନିଜ ପରିବାରର ପେଟ ଭରିବା ପାଇଁ ଏମାନଙ୍କୁ ବହୁତ ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ପଡୁଛି। ପରିବାରକୁ ଗୋଟେ ମୁଠା ଦାନା ଦେବା ପାଇଁ ଏଠାକାର ଅଧିକାଂଶ ଲୋକ ନିଜ ଶରୀରର ଗୋଟିଏ କିଡନୀ ବିକ୍ରି କରିଦେଉଛନ୍ତି।

ଅଢ଼େଇ ଲକ୍ଷ ଟଙ୍କାରେ ନିଜ କିଡନୀ ବିକ୍ରି କରିବା ପରେ ସେହି ଟଙ୍କା ଆଣି ଲୋକମାନେ ନିଜ ପରିବାରକୁ ବଞ୍ଜିବା ପାଇଁ ଖାଦ୍ୟ ଖୁଆଉଛନ୍ତି। ଏଠାରେ ‘ବ୍ଲାକ ମାର୍କେଟ’ରେ କିଡନୀ ବିକ୍ରି କରିବା ବହୁତ ସାଧାରଣ କଥା। ତେବେ ଏହି ଗାଁର ଅଧିକାଂଶ ପୁରୁଷ ଏବଂ ମହିଳା ନିଜର ଗୋଟିଏ ଲେଖାଏଁ କିଡନୀ ବିକ୍ରି କରିସାରିଛନ୍ତି। ଏଠାରେ ଗୋଟିଏ କିଡନୀରଦାମ ପ୍ରାୟ ୨ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି। ଆଫଗାନି ମୁଦ୍ରାରେ ଏହା ୨୫୦,୦୦୦ ହୋଇଥାଏ। ତେବେ ଏହା ଥିଲା ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ। କିନ୍ତୁ ଥରେ ଭାବିଲେ ଦର୍ଶକବନ୍ଧୁ ତାଲିବାନୀ ଶାସନ ପରେ ଆଫଗାନୀ ମାନେ କେତେ କଷ୍ଟରେ ନିଜ ଜୀବନ ଜିଇଁବା ପାଇଁ ସଂଘର୍ଷ କରରୁଛନ୍ତି।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

4 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

23 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

31 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

48 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago