ମନୋରଂଜନ

ବିଜନେସମ୍ୟାନ ସୁରଜଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ନାଗିନ ଫେମ୍ ମୌନୀ ରୟ, କେରଳ ଷ୍ଟାଇଲରେ ହେଲା ବିବାହ ସମ୍ପନ୍ନ

ଆଜି ବିବାହ ବନ୍ଧନରେ ନିଜ ବଏଫ୍ରେଣ୍ଡଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ମୌନୀ ରୟ । ଶେଷରେ ନିଜର ଦୀର୍ଘ ଦିନର ପ୍ରେମିକ ସୁରଜ ନାମ୍ବିଆରଙ୍କୁ ବିବାହ କରିଛନ୍ତି ମୌନୀ । ଗୋଆରେ ସେମାନଙ୍କର ବିବାହ ପୂର୍ବର ଉତ୍ସବ ଆରମ୍ଭ ହୋଇ ଯାଇଥିଲା ଏବଂ ସେହିଠାରେ ହିଁ ତାଙ୍କର ମେହେନ୍ଦି ଓ ସଂଗୀତ ହୋଇଥିଲା । କରୋନା ପାଇଁ କେବଳ ନିଜ ପରିବାର ଓ ଘନିଷ୍ଠ ବନ୍ଧୁଙ୍କୁମୌନୀ ନିଜ ବିବାହରେ ନିମନ୍ତ୍ରଣ କରିଥିଲେ। ସେମାନଙ୍କର ମ୍ୟାରେଜ ସେରିମନିର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ସବୁଠୁ ବଡ଼ କଥା ହେଲା ମୌନୀ ଓ ସୁରଜ କେରଳ ଷ୍ଟାଇଲରେ ବିବାହ କରିଛନ୍ତି ।

Picture Credit- Pinkvilla

କେରଳର ପାରମ୍ପରିକ ପୋଷାକ ପିନ୍ଧିଥିଲେ ମୌନୀ ଓ ତାଙ୍କ ଭାବି ସ୍ବାମୀ ସୁରଜ । ସୋସିଆଲ ମିଡିଆ ୟୁଜର୍ସ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଅନେକ ପ୍ରଶଂସକ ତାଙ୍କ ବିବାହ ଫଟୋରେ କମେଣ୍ଟ ଦେଇଛନ୍ତି। ମୌନୀଙ୍କ ସ୍ବାମୀ ସୁରଜ ଜଣେ ବିଜନେସମ୍ୟାନ । ତେବେ ତାଙ୍କ ବିବାହ ଉତ୍ସବରେ ଅର୍ଜୁନ ବିଜଲାନି, ମନ୍ଦିରା ବେଦୀ ଏବଂ ଆଶ୍କା ଗୋରାଡିଆଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁମାନେ ମଧ୍ୟ ଯୋଗ ଦେଇଥିଲେ।

ଖବର ମୁତାବକ, ମୌନୀ ଓ ସୂରଜ ଉଭୟ ବଙ୍ଗାଳୀ ଏବଂ ଦକ୍ଷିଣ ଭାରତୀୟ ବିବାହ କରିବା ତାଙ୍କର ଇଚ୍ଛା ଥିଲା ତେଣୁ ସେମାନେ କେରଳ ବିବାହ ରୀତିନୀତି ଅନୁସାରେ ଏହି ବିବାହ କରିଛନ୍ତି । ମୌନୀ ନିଜର ଅଭିନୟ କ୍ୟାରିୟର ଟିଭିରୁ ହିଁ ଆରମ୍ଭ କରିଥିଲେ । ସେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ କାମ କରିଛନ୍ତି। ମୌନୀଙ୍କ ନାମ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ରହିଛି। ସେ ଦୀର୍ଘ ଦିନରୁ ସୁରଜଙ୍କୁ ଡେଟ କରୁଥିଲେ। ଖବର ଅନୁଯାୟୀ, ସୁରଜ ଦୁବାଇର ଜଣେ ବେଷ୍ଟ ବ୍ୟାଙ୍କର ଏବଂ ବିଜନେସ୍‌ ମ୍ୟାନ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

37 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

51 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago