ମନୋରଂଜନ

ରିଲିଜ୍‌ ହେଲା ‘ମିଷ୍ଟର ଆଣ୍ଡ ମିସେସ ମାହି’ର ଟ୍ରେଲର, ଦେଖିବାକୁ ମିଳିଲା ଜାହ୍ନବୀ ଓ ରାଜକୁମାରଙ୍କ ଭିନ୍ନ କେମେଷ୍ଟ୍ରି

ଜାହ୍ନବୀ କପୁର ଏବଂ ରାଜକୁମାର ରାଓଙ୍କ ‘ମିଷ୍ଟର ଆଣ୍ଡ ମିସେସ ମାହି’ର ଟ୍ରେଲର ରିଲିଜ ହେବା ମାତ୍ରେ ଫ୍ୟାନ୍ସଙ୍କ ପାଖରୁ ବହୁତ ଭଲ ପ୍ରତିକ୍ରିୟା ପାଇଛି । ଏଥର ଜାହ୍ନବୀ ଓ ରାଜକୁମାର ମିଷ୍ଟର ଆଣ୍ଡ ମିସେସ ମାହିଙ୍କ ଭୂମିକାରେ ନଜର ଆସିଛନ୍ତି । ଟ୍ରେଲର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଫିଲ୍ମ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଏକ ଭିନ୍ନ ଧାରଣାର କ୍ରେଜ୍‌ ଦେଖିବାକୁ ମିଳିଛି । ଏହି ଫିଲ୍ମର ଷ୍ଟୋରି ଏତେ ଭଲ ହୋଇଛି ଯେ ଏହାକୁ ଦେଖିବା ପରେ ଫିଲ୍ମର ପରବର୍ତ୍ତୀ ଷ୍ଟୋରି ବିଷୟରେ ଜାଣିବା ପାଇଁ ଏକ ଭିନ୍ନ ଉତ୍ସାହ ପାଇବେ । ତେବେ ‘ମିଷ୍ଟର ଆଣ୍ଡ ମିସେସ ମାହି’ ଫିଲ୍ମରେ ଜାହ୍ନବୀ ଓ ରାଜକୁମାରଙ୍କ ସୁନ୍ଦର କେମେଷ୍ଟ୍ରି ପୁଣି ଥରେ ଲୋକଙ୍କ ମନ ଜିତିଛି ।

ଜାହ୍ନବୀ କପୁର ଏବଂ ରାଜକୁମାର ରାଓଙ୍କ ‘ମିଷ୍ଟର ଆଣ୍ଡ ମିସେସ ମାହି’ର ଟ୍ରେଲର ମୁକ୍ତିଲାଭ କରିଛି । ଯାହା ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି । ଉଭୟ ମିଷ୍ଟର ଆଣ୍ଡ ମିସେସ ମାହି ଫିଲ୍ମରେ ସେମାନଙ୍କର ସ୍ୱପ୍ନ ଏବଂ କର୍ତ୍ତବ୍ୟ ମଧ୍ୟରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିବ । ତେବେ ଏଥିରେ ମିଷ୍ଟର ମାହି ତାଙ୍କ ସ୍ତ୍ରୀଙ୍କୁ କ୍ରିକେଟର ହେବାକୁ ଅନୁମତି ଦେବା ପାଇଁ ତାଙ୍କ ପରିବାର ସହ ଲଢେଇ କରୁଥିବାର ଦେଖିବାକୁ ମିଳିବ ।

ଲୋକମାନେ ରାଜକୁମାର ରାଓ ଏବଂ ଜାହ୍ନବୀ କପୁରଙ୍କ ଅପ୍‌କମିଂ କ୍ରୀଡା ଡ୍ରାମା ‘ମିଷ୍ଟର ଆଣ୍ଡ ମିସେସ ମାହି’ର ଟ୍ରେଲରକୁ ପସନ୍ଦ କରୁଛନ୍ତି । ନିର୍ମାତାମାନେ ଏହି ଫିଲ୍ମର ଟ୍ରେଲରର ପ୍ରଥମ ଲୁକ୍ ଷ୍ଟାର୍ ସ୍ପୋର୍ଟସରେ ପ୍ରକାଶ କରିଥିଲେ ଏବଂ ପରେ ୟୁଟ୍ୟୁବରେ ଏହାର ପୂରା ଟ୍ରେଲର ସେୟାର କରିଥିଲେ । ତେବେ ଟ୍ରେଲରରେ ପରସ୍ପର ପ୍ରତି ବହୁତ ଭଲ ପାଇବା ଏବଂ ଭରଷା ଦେଖିବାକୁ ମିଳିଛି ।

ମହେନ୍ଦ୍ର ସିଂ ଧୋନି ଭାବରେ ରାଜକୁମାର ରାଓ ଏବଂ ମିସେସ ମହିମାଙ୍କ ଭୂମିକାରେ ଜାହ୍ନବୀ କପୁର ଦର୍ଶକଙ୍କ ମନ ଜିତିଛନ୍ତି । ତେବେ ‘ମିଷ୍ଟର ଆଣ୍ଡ ମିସେସ ମାହି’ରେ ତାଙ୍କ ଭୂମିକା ପାଇଁ ଜାହ୍ନବୀ କ୍ରିକେଟ ଶିଖିବା ପାଇଁ ୬ ମାସ ଟ୍ରେନିଗିଂ ନେଇଛନ୍ତି । ଏହି ଫିଲ୍ମଟି ମେ ୩୧, ୨୦୨୪ ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି ।

 

D Sonali

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

24 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

31 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago