ମନୋରଂଜନ

କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ପରେ ୱେବ୍‌ସିରିଜ୍‌ ତିଆରି କରିବାକୁ ଯାଉଛନ୍ତି ମହେନ୍ଦ୍ର ସିଂହ ଧୋନି, ସାକ୍ଷୀ ଦେଲେ ପୂରା ସୂଚନା

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା କମିନି। ଧୋନି ଖେଳ ଯୋଗୁ ଯେତିକି ଲୋକପ୍ରିୟତା ପାଇଛନ୍ତି ଏବେ ତାକୁ ଆଉ ଏକ ଫିଲ୍ଡରେ କାମରେ ଲଗାଇବାକୁ ଯାଉଛନ୍ତି। କୁହାଯାଉଛି ଯେ ଧୋନି ଏକ ୱେବ୍‌ ସିରିଜ୍‌ରେ ପ୍ରଯୋଜନା କରିବାକୁ ଚିନ୍ତା କରୁଛନ୍ତି। ପତ୍ନୀ ସାକ୍ଷୀ ଧୋନି ଏହି ନୂଆ ପ୍ରୋଜେକ୍ଟ ବିଷୟରେ ସୂଚନା ଦେଇଛନ୍ତି।

ଧୋନି ଏବେ ପୌରାଣିକ ବିଜ୍ଞାନ ୱେବ୍‌ସିରିଜ୍‌ରେ କାମ କରିବାକୁ ଯାଉଛନ୍ତି। ସେ ଏହି ସିରିଜ୍‌ କରିବାକୁ ଏକ ବହିରୁ ପ୍ରେରିତ ହୋଇଛନ୍ତି। ଉକ୍ତ ବହି ଏବେ ଯାଏଁ ପବ୍ଲିସ୍‌ ହୋଇନଥିବା ଜଣାଯାଇଛି। ତେବେ ଧୋନି ଏହି ପ୍ରୋଜେକ୍ଟକୁ ନେଇ ବହୁ ଉତ୍ସାହିତ ଥିବା ସାକ୍ଷୀ କହିଛନ୍ତି। କାହାଣୀ ଜଣେ ଏଭଳି ବ୍ୟକ୍ତିଙ୍କର ଯିଏ ଯାତ୍ରା କରିବା ବେଳେ ଏକ ଦ୍ୱୀପରେ ଫସିଯାଉଛନ୍ତି। ଉକ୍ତ ଦ୍ୱୀପରେ ସମସ୍ତ ହାଇଟେକ୍‌ ସୁବିଧା ଉପଲବ୍ଧ ଅଛି। ସେଠାରେ ସେ କେତେକ ବିଷୟ ଉପରୁ ପରଦା ଉଠାଉଛନ୍ତି, ଯାହା ପରେ ଲୋକଙ୍କ ବିଶ୍ୱାସ ସମ୍ପୂର୍ଣ୍ଣ ବଦଳିଯାଉଛି।

ତେବେ ଏହି ସିରିଜ୍‌ ପାଇଁ ଏବେ ଯାଏଁ ଷ୍ଟାର କାଷ୍ଟ ଚୟନ ହୋଇନାହାନ୍ତି। କିଏ ଏହି ଭୂମିକାକୁ ଅତି ନିଖୁଣତାର ସହ କରିପାରିବ ସେ ବିଷୟରେ ଆଲୋଚନା ଚାଲିଛି। ଖୁବ୍‌ଶୀଘ୍ର ଫିଲ୍ମର ଷ୍ଟାରକାଷ୍ଟ ବିଷୟରେ ସୂଚନା ଦିଆଯିବ ବୋଲି ସାକ୍ଷୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତବର୍ଷ ଧୋନିଙ୍କ କମ୍ପାନୀ ଡକ୍ୟୁମେଣ୍ଟାରୀ ରୋର ଅଫ୍‌ ଦ ଲାୟନ ପ୍ରଡ୍ୟୁସ କରିଥିଲା। ସେଥିରେ ଚେନ୍ନାଇ ସୁପରକିଙ୍ଗ୍‌ସର ସଂଘର୍ଷମୟ ଯାତ୍ରା ଦେଖିବାକୁ ମିଳିଥିଲା।

WCW 11

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

2 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

11 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

11 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

29 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

29 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

34 mins ago