ରାଜ୍ୟ

ଅନ୍ଧାର ଦୁନିଆରୁ ଆଲୋକ ଦେଖିବା ଅପେକ୍ଷାରେ ଦଶ ମାସର ଶିଶୁ ଅଙ୍କିତ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବରଗଡ: ମାତ୍ରା ଦଶ ମାସର ଶିଶୁ, ଜନ୍ମରୁ ଦୁଇ ଆଖି ନାହିଁ, ଅନ୍ଧାର ଦୁନିଆରୁ ଆଲୋକ ଦେଖାଇବା ପାଇଁ ପରିବାର ବର୍ଗ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନାକୁ ଘୁରି ବୁଲୁଛନ୍ତି । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଆମେ କହୁଛୁ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଭୁତାପାଲି ଗ୍ରାମର ଧରଣୀ ଏବଂ ସୁଷମା ତାଣ୍ଡିଆଙ୍କ ୧୦ ମାସର ପୁଅ ଅଙ୍କିତର କଥା।

ଧରଣୀ ତାଣ୍ଡିଆ ଏବଂ ସୁଷମା ତାଣ୍ଡିଆଙ୍କ ଦ୍ବିତୀୟ ପୁଅ ଅଙ୍କିତ । ଜନ୍ମରୁ ଦୁଇ ଆଖି ନାହିଁ । ପୁଅକୁ ଅନ୍ଧାର ଦୁନିଆରୁ ଆଲୋକ ଟିକିଏ ଦେଖାଇବା ଘୁରି ବୁଲୁଛନ୍ତି ବାପା ମା । ହେଲେ ଅର୍ଥ ଅଭାବରୁ ସେମାନେ ଏବେ ଘରେ ନିରାଶ ହୋଇ ବସିପଡିଛନ୍ତି । କାରଣ କୁଲି ମଜୁରୀ କାମ କରି ପରିବାର ପୋଷଣ କରୁଥିବା ଏହି ପରିବାରକୁ ଘାରିଛି ପୁଅର ଚିକିତ୍ସା କରାଇବାର ଚିନ୍ତା। ଏଥିପାଇଁ ଏବେ ପ୍ରଶାସନର ସହାୟତାକୁ ହିଁ ଅପେକ୍ଷା।

୧୦ମାସର ଶିଶୁ ଅଙ୍କିତର ଚିକିତ୍ସା ପାଇଁ ସମ୍ବଳ ନଥିବାରୁ ପ୍ରସାଶନ ଏବଂ ସରକାରଙ୍କ ସମେତ ବିଭିନ୍ନ ବ୍ଯକ୍ତିଙ୍କୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ପରିବାର ଲୋକଙ୍କୁ ଭେଟିବା ସହ ଅଙ୍କିତର ଚିକିତ୍ସା ପାଇଁ ନିଜେ ସାହାଯ୍ଯ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ଚିକିତ୍ସା କରାଇବା ପାଇଁ ପ୍ରତିଶ୍ରୁତି ମଧ୍ଯ ଦେଇଛନ୍ତି।

ଯଦି ଏଭଳି କୋମଳମତି ଶିଶୁ ଅଙ୍କିତର ଚିକିତ୍ସା ପାଇଁ ସହାୟତାର ହାତ ବଢାଇବାକୁ ଚାହୁଁଛନ୍ତି ତେବେ ଅଙ୍କିତର ବାପା ଧରଣୀ ତାଣ୍ଡିଆଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ । ତାଙ୍କୁ ଯୋଗାଯୋଗ କରିବାକୁ ଫୋନ୍ କରନ୍ତୁ 6372349345 ନମ୍ବରକୁ ।

 

Sonalisa

Recent Posts

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 min ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

8 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

16 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

16 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

34 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

35 mins ago