ଅନ୍ଧାର ଦୁନିଆରୁ ଆଲୋକ ଦେଖିବା ଅପେକ୍ଷାରେ ଦଶ ମାସର ଶିଶୁ ଅଙ୍କିତ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବରଗଡ: ମାତ୍ରା ଦଶ ମାସର ଶିଶୁ, ଜନ୍ମରୁ ଦୁଇ ଆଖି ନାହିଁ, ଅନ୍ଧାର ଦୁନିଆରୁ ଆଲୋକ ଦେଖାଇବା ପାଇଁ ପରିବାର ବର୍ଗ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନାକୁ ଘୁରି ବୁଲୁଛନ୍ତି । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଆମେ କହୁଛୁ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଭୁତାପାଲି ଗ୍ରାମର ଧରଣୀ ଏବଂ ସୁଷମା ତାଣ୍ଡିଆଙ୍କ ୧୦ ମାସର ପୁଅ ଅଙ୍କିତର କଥା।

ଧରଣୀ ତାଣ୍ଡିଆ ଏବଂ ସୁଷମା ତାଣ୍ଡିଆଙ୍କ ଦ୍ବିତୀୟ ପୁଅ ଅଙ୍କିତ । ଜନ୍ମରୁ ଦୁଇ ଆଖି ନାହିଁ । ପୁଅକୁ ଅନ୍ଧାର ଦୁନିଆରୁ ଆଲୋକ ଟିକିଏ ଦେଖାଇବା ଘୁରି ବୁଲୁଛନ୍ତି ବାପା ମା । ହେଲେ ଅର୍ଥ ଅଭାବରୁ ସେମାନେ ଏବେ ଘରେ ନିରାଶ ହୋଇ ବସିପଡିଛନ୍ତି । କାରଣ କୁଲି ମଜୁରୀ କାମ କରି ପରିବାର ପୋଷଣ କରୁଥିବା ଏହି ପରିବାରକୁ ଘାରିଛି ପୁଅର ଚିକିତ୍ସା କରାଇବାର ଚିନ୍ତା। ଏଥିପାଇଁ ଏବେ ପ୍ରଶାସନର ସହାୟତାକୁ ହିଁ ଅପେକ୍ଷା।

child୧୦ମାସର ଶିଶୁ ଅଙ୍କିତର ଚିକିତ୍ସା ପାଇଁ ସମ୍ବଳ ନଥିବାରୁ ପ୍ରସାଶନ ଏବଂ ସରକାରଙ୍କ ସମେତ ବିଭିନ୍ନ ବ୍ଯକ୍ତିଙ୍କୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ପରିବାର ଲୋକଙ୍କୁ ଭେଟିବା ସହ ଅଙ୍କିତର ଚିକିତ୍ସା ପାଇଁ ନିଜେ ସାହାଯ୍ଯ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ଚିକିତ୍ସା କରାଇବା ପାଇଁ ପ୍ରତିଶ୍ରୁତି ମଧ୍ଯ ଦେଇଛନ୍ତି।

ଯଦି ଏଭଳି କୋମଳମତି ଶିଶୁ ଅଙ୍କିତର ଚିକିତ୍ସା ପାଇଁ ସହାୟତାର ହାତ ବଢାଇବାକୁ ଚାହୁଁଛନ୍ତି ତେବେ ଅଙ୍କିତର ବାପା ଧରଣୀ ତାଣ୍ଡିଆଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ । ତାଙ୍କୁ ଯୋଗାଯୋଗ କରିବାକୁ ଫୋନ୍ କରନ୍ତୁ 6372349345 ନମ୍ବରକୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.