Below header

କରୋନା ଅପଡେଟ: ଦେଶରେ ଗତ ୨୪ ଘଣ୍ଟାରେ ୮୬ ହଜାର ୮୨୧ ନୂଆ ମାମଲା ଚିହ୍ନଟ, ୧୧୮୧ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୬୩ ଲକ୍ଷ ପାର ହୋଇଛି । କିନ୍ତୁ ଆସ୍ୱସ୍ଥିକର କଥାଯେ, ଗୋଟେ ପଟରେ ସଂକ୍ରମିତ ସଂଖ୍ୟା ବଢି ଚାଲିଥିବା ବେଳେ ସେ ଅନୁଯାୟୀ ସୁସ୍ଥତା ହାର ବି ବଢି ବଢି ଚାଲିଛି । କରୋନା ସଂକ୍ରମିତ ଓ ଏଥିରୁ ସୁସ୍ଥତା ଲାଭ କରିଥିବା ସଂଖ୍ୟା ମଧ୍ୟରେ ଅନ୍ତର ବି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୮୬ ହଜାର ୮୨୧

ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୮୧ ଜଣଙ୍କ ମୃତ୍ୟୁ ହୋଇଛି । ତଥ୍ୟ ଅନୁଯାୟୀ ଦେଶରେ ଏଯାବତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୩
ଲକ୍ଷ ୧୨ ହଜାର ୫୮୫ ଛୁଇଁଥିବା ବେଳେ ମୃତକ ସଂଖ୍ୟା ୯୮ ହଜାର ୬୭୮ ଛୁଇଁଛି । ଏବେ ଦେଶରେ ୯ ଲକ୍ଷରୁ ଉର୍ଦ୍ଧ୍ବ ସକ୍ରିୟ ମାମଲା ଥିବା ବେଳେ ୫୨ ଲକ୍ଷ ୭୩ ହଜାର ୨୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.