ବିଧାନସଭା ଅଧିବେଶନର ୩ୟ ଦିନରେ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରସଙ୍ଗରେ କମ୍ପିଲା ଗୃହ

ଭୁବନେଶ୍ବର: ଗୃହରେ ବିଜୁଳି ତାତି । ବିଧାନସଭା ଅଧିବେଶନର ୩ୟ ଦିନରେ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରସଙ୍ଗରେ କମ୍ପିଲା ଗୃହ । ବିଜୁଳି ଦର ବୃଦ୍ଧି ପ୍ରତ୍ୟାହାର ଦାବି କଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । କରୋନା ସ୍ଥିତିରେ ଦର ବଢାଇବା ଅନୁଚିତ ବୋଲି ସୁରେଶ ରାଉତରାୟ କହିଛନ୍ତି । ଏହା ସହ ଓଡ଼ିଶାରେ ସବୁ ମନ୍ଦିର ଖୋଲିବା ପାଇଁ ଗୃହରେ ଦାବି କରିଛନ୍ତି । ଅନ୍ୟ ରାଜ୍ୟରେ ମନ୍ଦିର ଖୋଲିଲାଣି, ତେଣୁ ଓଡ଼ିଶାରେ ମଧ୍ୟ ମନ୍ଦିର ଖୋଲିବାକୁ ଦାବି କରିଛି କଂଗ୍ରେସ ।

ସେହିପରି ଏନ୍‌ସିଆରବି ରିପୋର୍ଟକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହା ସହ ବଲାଙ୍ଗିର କୋଭିଡ୍‌ ସେଣ୍ଟରରେ ମହିଳାଙ୍କୁ ଡାକ୍ତରଙ୍କ ଅସଦାଚରଣ ପ୍ରସଙ୍ଗରେ ଗୃହରେ ରୁଲିଂ ରଖିଲେ ବାଚସ୍ପତି । ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣାର ଅନୁଧ୍ୟାନ କରିବା ପାଇଁ ବାଚସ୍ପତି ରୁଲିଂ ଦେଇଛନ୍ତି । ଗତକାଲି ଓ ଆଜି ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Leave A Reply

Your email address will not be published.