ବାବ୍ରି ରାୟକୁ ନେଇ ପାକିସ୍ତାନରେ ଉଠିଲା ବିଦ୍ରୋହର ସ୍ୱର, ଭାରତ ବିରୋଧରେ ଦେଲେ ଏମିତି ମତ

୧୯୯୨ ମସିହା ଡିସେମ୍ବର ୬ ରେ ଭଙ୍ଗା ଯାଇଥିବା ବାବ୍ରି ମସଜିଦକୁ ନେଇ ବୁଧବାର ଲଖନଉ ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି । ଏମାନଙ୍କ ବିରୋଧରେ କୌଣସି ଠୋସ ପ୍ରମାଣ ନଥିବାରୁ କୋର୍ଟ ଏମାନଙ୍କୁ ଦୋଷମୁକ୍ତ କରିବା ସହ ଏହି ଘଟଣା ପଛରେ କୌଣସି ପୂର୍ବ ଷଡଯନ୍ତ୍ର ନାହିଁ ବୋଲି ରାୟ ଦେଇଛନ୍ତି । ଏହି ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ସମେତ ଅନ୍ୟମାନଙ୍କ ନାଁ ସାମ୍ନାକୁ ଆସିଥିଲା । କୋର୍ଟର ଏହି ଫଇସଲାକୁ ପଡୋଶୀ ଦେଶ ପାକିସ୍ତାନରେ ବି ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପାକିସ୍ତାନର ବିଦେଶ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ଏକ ବୟାନ ଅନୁଯାୟୀ, “୨୮ ବର୍ଷ ତଳର ବାବ୍ରୀ ମସଜିଦ ଘଟଣାର ରାୟ ଏବେ ପ୍ରକାଶ ପାଇଛି । ଏଥିରୁ ସ୍ପଷ୍ଟ ହେଉଛିଯେ, ହିନ୍ଦୁବାଦ ଦ୍ୱାରା ପ୍ରଭାବିତ ହୋଇଥିବା ଭାରତୀୟ ନ୍ୟାୟପାଳିକା ପୁଣିଥରେ ନ୍ୟାୟ ଦେବାରେ ଅସଫଳ ହୋଇଛି

ବାବ୍ରି ମସଜିଦ ଭଙ୍ଗା ଘଟଣାକୁ ନେଇ ହିଁ ସେସମୟରେ ସାମ୍ପ୍ରଦାୟିକ ହିଂସା କ୍ରୁର ରୂପ ନେଇଥିଲା ଏଥିରେ ହଜାର ହଜାର ଲୋକଙ୍କ ଜୀବନ ବି ଯାଇଥିଲା ଏପରି ଏକ ନୃସଂଶ ଘଟଣା ପରେ ବି ପୀଡିତ ମାନଙ୍କୁ ନ୍ୟାୟ ଦେବାରେ ଅସଫଳ ହୋଇଛି ଭାରତର ନ୍ୟାୟପାଳିକା ଏହି ଘଟଣା ପଛରେ ପ୍ରକୃତରେ ଯେଉଁ ମାନଙ୍କର ହାତ ରହିଥିଲା ସେମାନେ ଆଜି ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ପାକିସ୍ତାନ ପକ୍ଷରୁ ଏହା ବି କୁହାଯାଇଛିକି, ନିଜ ଅଳ୍ପ ସଂଖ୍ୟକଙ୍କୁ ନ୍ୟାୟ ଦେବାରେ ଭାରତ ଆଜି ଅସମର୍ଥ ବୋଲି ପ୍ରମାଣିତ ହୋଇଛି ” କହିରଖିବା ଉଚିତ ହେବକି, ଗତ ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ସ୍ଥାପନା ନେଇ ଭୂମିପୂଜନ କରିଥିଲେ | ଗତ ନଭେମ୍ବର ମାସରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଆଯୋଦ୍ଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ରାସ୍ତା ସଫା ହୋଇଥିଲା କିନ୍ତୁ ପାକିସ୍ତାନ ପକ୍ଷରୁ ସୁପ୍ରିମ କୋର୍ଟଙ୍କ ଏହି ରାୟକୁ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶା ଯାଇଥିଲା