ମନୋରଂଜନ

କୋର୍ଟରେ ହାଜର ହେବାକୁ ସଲମାନ୍‌ ଖାନ୍‌ଙ୍କୁ ସମନ ଜାରି, ସାମ୍ବାଦିକଙ୍କୁ ମାଡ଼ ପିଟ୍‌ କରିଥିବା ଅଭିଯୋଗ

ସାମ୍ବାଦିକଙ୍କୁ ମାଡ଼ ମାରିବା ଓ ଅଶାଳୀନ ବ୍ୟବହାର କରିବା ବଲିଉଡ୍‌ର ଭାଇଜାନ୍‌ଙ୍କୁ ଭାରି ପଡ଼ିଛି। ମୁମ୍ବାଇର ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟ ସଲମାନ୍‌ ଖାନ୍‌ଙ୍କୁ ଏପ୍ରିଲ ୫ରେ ହାଜର ହେବାକୁ ସମନ ଜାରି କରିଛନ୍ତି। ରିପୋର୍ଟ ମୁତାବକ, କୋର୍ଟ ସଲମାନ୍‌ ଖାନ୍‌ଙ୍କୁ ଆଇପିସି ଧାରା ୫୦୪ ଓ ୫୦୬ ଅନୁସାରେ ଅପରାଧ ପାଇଁ ତଲବ କରିଛନ୍ତି। ସାମ୍ବାଦିକ ଅଶୋକ ପାଣ୍ଡେଙ୍କୁ ଦୁର୍ବ୍ୟବହାର କରିଥିବାରୁ ମୁମ୍ବାଇର ଅନ୍ଧେରୀ ମାଜିଷ୍ଟ୍ରେଟ୍‌ ବଲିଉଡ୍‌ ଅଭିନେତା ସଲମାନ୍‌ଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ଏହି ମାମଲା ୨୦୧୯ ମସିହାର। ସଲମାନ୍‌ ଖାନ୍‌ ସାଇକେଲ ଚଲାଉଥିବା ବେଳେ ସାମ୍ବାଦିକ ଅଶୋକ ପାଣ୍ଡେ ତାଙ୍କର ସୁଟିଂ କରୁଥିଲେ। ଏହି ସମୟରେ ସଲମାନ୍‌ ଅଶୋକଙ୍କୁ ଦୁର୍ବ୍ୟବହାର କରିବା ସହ ମାରପିଟ୍‌ କରିଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ହୋଇଛି। ଏହି ମାମଲାରେ ଏବେ ୩ ବର୍ଷ ପରେ କୋର୍ଟ ସଲମାନ୍‌ଙ୍କୁ ସମନ ଜାରି କରିଛନ୍ତି। ଏପ୍ରିଲ ୫ ରେ ଯଦି ସଲମାନ୍‌ କୋର୍ଟରେ ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମନରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ କୃଷ୍ଣସାର ମୃଗ ଶିକାର ଓ ଫୁଟ୍‌ପାଥ୍‌ରେ ଶୋଇଥିବା ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ମାମଲାରେ ସଲମାନ୍‌ ଅନେକ ଥର କୋର୍ଟକୁ ଦୌଡ଼ିଛନ୍ତି। ଏବେ ପୁଣିଥରେ ସାମ୍ବାଦିକଙ୍କୁ ମାଡ଼ପିଟ୍‌ ମାମଲା ସଲମାନ୍‌ଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

Also Read: କବାଡ଼ିଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ଜିଅଁନ୍ତା ଜଳିଗଲେ ୧୧ ଶ୍ରମିକ

WCW 11

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

6 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

7 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

8 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

10 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

11 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

11 hours ago