ମନୋରଂଜନ

ଖାକି ପୋଷାକ ପିନ୍ଧି ହତିଆର ବଦଳରେ ଉଠାଇଲେ ବାଜା, ଚଢିଲା ‘ପୁଷ୍ପା’ର କ୍ରେଜ୍

ମୁମ୍ବାଇ ପୋଲିସ ଏବେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ମୁମ୍ବାଇ ପୋଲିସର ଜବାନମାନେ ପୁଷ୍ପା ଫିଲ୍ମର ସଙ୍ଗ ଶ୍ରୀବଲ୍ଲୀକୁ ବହୁତ ସୁନ୍ଦର ଭାବେ ପରିବେଶଣ କରୁଥିବା ଦେଖିବାକୁ ମିଳୁଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଶ୍ରୀବଲ୍ଲିର ଟ୍ରେଣ୍ଡ ଚାଲିଛି। ଯାହାକୁ ଦେଖିବ ସେହି ଗୀତରେ ନାଚୁଥିବାର ଦେଖିବାକୁ ମିଳୁଛି। ଏହି ଫିଲ୍ମଟିର ସଫଳତା ସହିତ ବକ୍ସ ଅଫିସରେ ଭଲ କଲେକ୍ସନ ମଧ୍ୟ କରିଛି। ଦୁନିଆ ସାରା ଲୋକ ଯେମିତିକି ବଡ ରୁ ବଡ କ୍ରିକେଟର ଏବଂ ସୋସିଆଲମିଡିଆ ଇନଫ୍ଲଏନ୍ସର ସମସ୍ତେ ଏଥିରେ ମସଗୁଲ। ସାଧାରଣ ଲୋକଙ୍କ ଠାରୁ ସେଲିବ୍ରିଟିମାନେ ମଧ୍ୟ ଫିଲ୍ମର ଡାଏଲଗ୍କୁ ରେକର୍ଡ କରି ଭିଡିଓ ପ୍ରସ୍ତୁତ କରୁଛନ୍ତି ।

ବର୍ତ୍ତମାନ ମୁମ୍ବାଇ ପୋଲିସ୍ ମଧ୍ୟ ଏହାକୁ ଫଲୋ କରିଛନ୍ତି । ଏହି ଗୀତକୁ ନେଇ ପୋଲିସ୍ମାନେ ମଧ୍ୟ ମଜା ଉଠାଇଛନ୍ତି । ମୁମ୍ବାଇ ପୋଲିସର ବ୍ୟାଣ୍ଡ ଖାକି ଷ୍ଟୁଡିଓରେ ଏକ ପ୍ରଦର୍ଶନ ପରିବେଷଣ କରିଥିଲେ । ବଂଶୀ, ସକ୍ସୋଫୋନ୍ ଏବଂ ଶେହାନାଇ ଭଳି ବିଭିନ୍ନ ବାଦ୍ୟଯନ୍ତ୍ର ସହିତ ପୋଲିସ୍ କର୍ମଚାରୀମାନେ ଶ୍ରୀବାଲ୍ଲୀ ଗୀତର ଧୁନକୁ ବଜାଇଥିଲେ ।

ଏହି ଭିଡିଓଟି ମୁମ୍ବାଇ ପୋଲିସର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରାଯାଇଛି। ଭିଡିଓକୁ ଟ୍ୱିଟରରେ ପୋଷ୍ଟ କରି ମୁମ୍ବାଇ ପୋଲିସ ଲେଖିଛି କି- ‘ଖାକି ଷ୍ଟୁଡିଓ ରୁକେଗା ନେହିଁ’। ଆମେ ମଧ୍ୟ ଏଥିରେ ଯୋଗଦେବାକୁ ସ୍ଥିର କରିଛୁ। ଏଥିପାଇଁ ଆମେ ବି ସାମିଲ୍ ହୋଇଛୁ। ମୁମ୍ବାଇ ପୋଲିସର ଏହି ପୋଷ୍ଟ ପରେ ବର୍ତ୍ତମାନ ଏହା ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି।

ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୩୦ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏହାକୁ ନେଇ ଜଣେ ଉପଭୋକ୍ତା ଟ୍ୱିଟରରେ ଲେଖିଛନ୍ତି – ସତରେ ‘ଆଶ୍ଚର୍ଯ୍ୟଜନକ ଭାବେ ବଜାଯାଇଛି । ଅନ୍ୟ ଜଣେ ଲେଖିଛନ୍ତି, ‘ଚମତ୍କାର, ଏହା ଏତେ ସୁନ୍ଦର ଭାବରେ ବଜା ଯାଇଛି ଶୁଣିବାକୁ ବହୁତ ଭଲ ଲାଗିଲା।

ଏହି ଭିଡିଓ ଏବେ ସାଧାରଣ ଲୋକଙ୍କର ମନ ଜିତୁଛି। ଯିଏ ଏହି ଭିଡିଓ ଦେଖୁଛି ସେ ମୁମ୍ବାଇ ପୋଲିସକୁ ପ୍ରଶଂସା ନ କରି ରହିପାରୁନି। କାହିଁକିନା ପୋଲିସ କର୍ମଚାରୀମାନେ ଏତେ ସୁନ୍ଦର ଭାବେ ଏହାକୁ ପରିବେଶଣ କରୁଛନ୍ତି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Pritiparna

Recent Posts

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

15 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

24 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

29 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

54 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

60 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

1 hour ago