ବିଗ୍ ବସ୍ ୧୭ ବିଜେତା ମୁନାଓ୍ଵର ଫାରୁକି ପୁଣି ଥରେ ଚର୍ଚ୍ଚାରେ । ସେ ଅନେକ ଥର କିଛି ନା କିଛି ମାମଲା ଯୋଗୁ ସୋସିଆଲ ମିଡିଆରେ ହେଡ୍ଲାଇନ୍ରେ ରହିଥାନ୍ତି । ତେବେ କିଛି ଦିନ ପୂର୍ବରୁ ତାଙ୍କୁ ହୁକା ପାର୍ଲରରେ ହୁକା ଟାଣୁଥିବାର ଦେଖିବାକୁ ମିଳିଥିଲା, ପରେ ତାଙ୍କୁ ପୋଲିସ ଷ୍ଟେସନ୍ରେ ଅଟକ ରଖାଯାଇଥିଲା । ବର୍ତ୍ତମାନ ମୁମ୍ବାଇର ମହମ୍ମଦ ଅଲି ରୋଡରେ ମୁନାୱର ଫାରୁକି ଏବଂ ଜନସାଧାରଣଙ୍କ ମଧ୍ୟରେ ବିବାଦ ହେଉଥିବାର ସାମ୍ନାକୁ ଆସିଛି, ଯେଉଁଥିରେ କମେଡିଆନ୍ଙ୍କ ଉପରେ ଅଣ୍ଡା ପକାଯାଇଛି । ତେବେ ତାଙ୍କ ଉପରେ ଅଣ୍ଡା ବର୍ଷା ହେବାପରେ ମୁନାୱର ଫାରୁକି ରାଗି ଯାଇଥିଲେ, ଯାହାର ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓଟି ଏକ୍ସ ଆକାଉଣ୍ଟ Ghar Ke Kaleshରେ ସେୟାର କରାଯାଇଛି ।
ମୁମ୍ବାଇର ମହମ୍ମଦ ଅଲି ରୋଡରେ ରେଷ୍ଟୁରାଣ୍ଟ ମାଲିକ ତାଙ୍କ ଉପରେ ଅଣ୍ଡା ଫିଙ୍ଗିବା ପରେ ମୁନାୱର ଫାରୁକି ରାଗି ଯାଇଥିବାର ନଜର ଆସିଥିଲେ । ସୂଚନା ଅନୁସାରେ, ମିନାରା ମସଜିଦ୍ରେ ଏକ ରେଷ୍ଟୁରାଣ୍ଟ ମାଲିକଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଏବେ ଏହି ମାମଲା ପୋଲିସ ପାଖରେ ପହଞ୍ଚିଛି ଏବଂ ଏହାର ତଦନ୍ତ ଚାଲିଛି ।
ତେବେ X ରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମୁନାୱର ଫାରୁକି ରେଷ୍ଟୁରାଣ୍ଟ ମାଲିକଙ୍କ ଉପରେ ରାଗିଥିବାର ନଜର ଆସିଛନ୍ତି । ଏହା ସହ ଚାରିଆଡେ ବହୁତ ଭିଡ଼ ମଧ୍ୟ ଜମା ହୋଇଛି । ସେହି ସମୟରେ ମୁନାୱରଙ୍କୁ ତାଙ୍କ ସୁରକ୍ଷାକର୍ମୀମାନେ ବହୁତ ଟାଇଟ୍ ଭାବେ ଧରିଛନ୍ତି । ଏହା ବ୍ୟତୀତ ଭିଡିଓରେ ଏପରି ମଧ୍ୟ ଦେଖିବାକୁ ମିଳିଛି ଯେ ମୁନାୱର ଫାରୁକି ବହୁତ ରାଗି ଯାଇଛନ୍ତି, ଯାହାଫଳରେ ତାଙ୍କୁ ତାଙ୍କ ବଡିଗାଡ୍ ଧରିକି ସେଠାରୁ ନେଇ ଆସିଛନ୍ତି ।
ସୂଚନା ଅନୁଯାୟୀ, ମୁନାୱର ଫାରୁକିଙ୍କୁ ମିନାରା ମସଜିଦ୍ ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟକୁ ନିମନ୍ତ୍ରଣ କରିଥିଲା । କିନ୍ତୁ ସେ ନିକଟସ୍ଥ ଅନ୍ୟ ଏକ ସ୍ଥାନରେ ଖାଇବାକୁ ଯାଇଥିଲେ । ଏହି କାରଣରୁ ସେହି ରେଷ୍ଟୁରାଣ୍ଟର ମାଲିକ ଏବଂ କର୍ମଚାରୀ ରାଗି ଯାଇଥିଲେ ଏବଂ ସେମାନେ ଅଣ୍ଡା ମୁନାୱରଙ୍କ ଉପରେ ପକାଇବା ଆରମ୍ଭ କରିଥିଲେ । ଏହା ବ୍ୟତୀତ ରେଷ୍ଟୁରାଣ୍ଟ ମାଲିକ ଏବଂ ତାଙ୍କର ୫ ଜଣ କର୍ମଚାରୀ ଅରାଜକତା ସୃଷ୍ଟି କରିବା ସହ ମୁନାୱରଙ୍କ ଉପରଙ୍କୁ ଅଣ୍ଡା ଫିଙ୍ଗିଥିବା ଅଭିଯୋଗ ଦାଖଲ କରାଯାଇଛି ।
ତେବେ ମୁନାୱର ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାକୁ ନେଇ ନିରବ ରହିଛନ୍ତି । ତେବେ ଏହାପୂର୍ବରୁ ମୁନାଓ୍ଵର ହୁକା ଟାଣୁଥିବା ଦେଖିବାକୁ ମିଳିଥିଲା, ଏଥିପାଇଁ ତାଙ୍କୁ ହୁକା ପାର୍ଲରରେ ଗିରଫ କରାଯାଇଥିଲା । ତେବେ ଏହା ଏକ ଜାମିନ ଯୋଗ୍ୟ ଅପରାଧ ହେତୁ କିଛି ସମୟ ପରେ ତାଙ୍କୁ ଜାମିନ ମିଳିଯାଇଥିଲା । ଏହା ବ୍ୟତୀତ ୨୦୨୧ ମସିହାରେ ମୁନାୱର ଏକ ମାସରୁ ଅଧିକ ସମୟ ଇନ୍ଦୋର ସେଣ୍ଟ୍ରାଲ ଜେଲରେ ରହିଛନ୍ତି । ସେହି ସମୟରେ ସେ ହିନ୍ଦୁ ସମ୍ପ୍ରଦାୟକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା ।
ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…
ଭୁବନେଶ୍ୱର (କେନ୍ୟୁଜ୍) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…
ଯାଜପୁର(କେନ୍ୟୁଜ୍): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…
ଭୁବନେଶ୍ୱର(କେନ୍ୟୁଜ୍): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…
ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…
ଭୁବନେଶ୍ୱର(କେନ୍ୟୁଜ୍): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…