ମନୋରଂଜନ

ନ୍ୟାସନାଲ ସିନେମା ଡେ, ମାତ୍ର ୯୯ ଟଙ୍କାରେ ଦେଖିପାରିବେ ବ୍ଲକବଷ୍ଟର ଫିଲ୍ମ

ଆଜି ଅର୍ଥାତ ଅକ୍ଟୋବର ୧୩ରେ ଜାତୀୟ ସିନେମା ଦିବସ । ଆଜି ଫିଲ୍ମ ଟିକେଟ ବୁକିଂ ଉପରେ ଭାରୀ ଡିସକାଉଣ୍ଟ ମିଳୁଛି । ୟୁଜର୍ସମାନେ ବୁକ୍‌ ମାଇ ଶୋ ଏବଂ ପେଟିଏମ୍‌ ମାଧ୍ୟମରେ ମାତ୍ର ୯୯ ଟଙ୍କାରେ ନିଜ ପସନ୍ଦର ଫିଲ୍ମ ବୁକ୍‌ କରି ଦେଖିପାରିବେ । ଏହି ସୁବିଧା ସମଗ୍ର ଭାରତରେ ଉପଲବ୍ଧ ହୋଇଛି । ଯଦି ଆପଣ ନିଜ ପରିବାର କିମ୍ବା ପାର୍ଟନରଙ୍କ ସହିତ ଫିଲ୍ମ ଦେଖିବାକୁ ଚାହୁଁଛନ୍ତି ତେବେ ଏହି ସୁଯୋଗ ସବୁଠାରୁ ଭଲ ରହିବ ।

ମଲ୍ଟିପ୍ଲେକ୍ସ ଆସୋସିଏସନ ଅଫ ଇଣ୍ଡିଆ (MAI) ଅନୁସାରେ, ୪୦୦୦ରୁ ଅଧିକ ଫିଲ୍ମ ହଲ୍‌ରେ ଏହି ଅଫର ପାଇପାରିବେ ବୋଲି ଶୁଣିବାକୁ ମିଳିଛି । ଯାହା ମଧ୍ୟରେ PVR ଆଇନକ୍ସ, ସିନେପଲିସ୍‌ ଏବଂ ମୁଭି ଟାଇମ୍‌ ସାମିଲ ଅଛନ୍ତି । ଏମାନେ ନିଜ ୱେବସାଇଟରେ ଏହି ଅଫର୍‌ର ବ୍ୟାନର ଅପଡେଟ କରିଛନ୍ତି । ଏହି ଅଫରରେ IMAX, 4DX କିମ୍ବା ରିକ୍ଲାଇନର ସିଟ୍‌ ପାଇଁ ଉପଲବ୍ଧ ନୁହେଁ । ଏହି ଟିକେଟ ବୁକିଂ ଅଫର ଅଫଲାଇନରେ ଉପଲବ୍ଧ ହେବ ନାହିଁ । ଜାତୀୟ ସିନେମା ଦିବସ ପ୍ରଥମେ ୨୦୨୨ରେ ମଲ୍ଟିପ୍ଲେକ୍ସ ଆସୋସିଏସନ ଅଫ ଇଣ୍ଡିଆ (MAI) ଦ୍ୱାରା ଆରମ୍ଭ ହୋଇଥିଲା । Covid-19 ପରେ ସିନେମା ହଲ ଖୋଲିବା ସ୍ମୃତି ଉଦେଶ୍ୟରେ MAI ଏହି ଅଫର ଆରମ୍ଭ କରିଥିଲା ।

ତେବେ ଆସନ୍ତୁ ଜାଣିବା ପେଟିଏମ ଏବଂ ବୁକ ମାଇ ଶୋରେ ଅନଲାଇନ ଏହି ଟିକେଟ କିପରି ବୁକ କରିବେ…

-ପ୍ରଥମେ ଏହି ଆପ ଖୋଲି ନିଜ ପ୍ରିୟ ଫିଲ୍ମକୁ ସିଲେକ୍ଟ କରିବେ ।
-ଏହା ପରେ ୧୩ ଅକ୍ଟୋବର ତାରିଖକୁ ସିଲେକ୍ଟ କରନ୍ତୁ ।
-ଏହା ପରେ ନିଜ ସିଟ ଚଏସ୍‌ କରି କଣ୍ଟିନ୍ୟୁ ଉପରେ ଟ୍ୟାପ୍‌ କରନ୍ତୁ । ଏହା ପରେ ପ୍ରୋସିଡ୍‌ ଟ୍ୟାପ୍‌ କରନ୍ତୁ ।
-ଏବେ ସ୍କିପ୍‌ ଏବଂ କଣ୍ଟିନ୍ୟୁ ଉପରେ କ୍ଲିକ କରନ୍ତୁ । ଆପଣଙ୍କୁ ଟିକେଟ ବୁକିଂ ଚାର୍ଜ ସହିତ ସର୍ଭିସ୍‌ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିବ ।
-ଆପଣ ଗୋଟେ ଟିକେଟ ୧୨୨ ଟଙ୍କା ମୂଲ୍ୟରେ ପାଇପାରିବେ ।

ସୂଚନାଯୋଗ୍ୟ, ମଲ୍ଟିପ୍ଲେକ୍ସ ମାଲିକମାନେ ଏହି ଜାତୀୟ ସିନେମା ଦିବସ ପାଇଁ କୌଣସି ନିର୍ଦ୍ଧିଷ୍ଟ ତାରିଖ ଠିକ୍‌ କରିନାହାନ୍ତି । ଗତବର୍ଷ ୨୩ ସେପ୍ଟେମ୍ବରରେ ଏହାର ପାଳନ କରାଯାଇଥିଲା । ୭୫ଟଙ୍କାରେ ଟିକେଟ ବୁକିଂର ଅଫର୍‌ ଉପଲବ୍ଧ ଥିଲା । ଏହି ଦିନ ସବୁଠୁ ଅଧିକ ୬.୫ ମିଲିୟନର ଟିକେଟ ବୁକିଂ କରାଯାଇଥିଲା ।

KNews Bureau

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 min ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago