ନ୍ୟାସନାଲ ସିନେମା ଡେ, ମାତ୍ର ୯୯ ଟଙ୍କାରେ ଦେଖିପାରିବେ ବ୍ଲକବଷ୍ଟର ଫିଲ୍ମ
ଆଜି ଜାତୀୟ ସିନେମା ଦିବସ । ଚଳଚିତ୍ର ପ୍ରେମୀଙ୍କ ପାଇଁ ମିଳୁଛି ସ୍ୱତନ୍ତ୍ର ଅଫର୍ । ଆଜି ଆପଣ ମାତ୍ର ୯୯ଟଙ୍କାରେ ଫିଲ୍ମ ଟିକେଟ୍ ବୁକ୍ କରି ନିଜ ପସନ୍ଦିତା ଫିଲ୍ମ ଦେଖିପାରିବେ । ଏହି ଅଫର୍ କେବଳ ଅନ୍ଲାଇନ ଟିକେଟ୍ ପାଇଁ ପ୍ରଯୁଜ୍ୟ ।
ଆଜି ଅର୍ଥାତ ଅକ୍ଟୋବର ୧୩ରେ ଜାତୀୟ ସିନେମା ଦିବସ । ଆଜି ଫିଲ୍ମ ଟିକେଟ ବୁକିଂ ଉପରେ ଭାରୀ ଡିସକାଉଣ୍ଟ ମିଳୁଛି । ୟୁଜର୍ସମାନେ ବୁକ୍ ମାଇ ଶୋ ଏବଂ ପେଟିଏମ୍ ମାଧ୍ୟମରେ ମାତ୍ର ୯୯ ଟଙ୍କାରେ ନିଜ ପସନ୍ଦର ଫିଲ୍ମ ବୁକ୍ କରି ଦେଖିପାରିବେ । ଏହି ସୁବିଧା ସମଗ୍ର ଭାରତରେ ଉପଲବ୍ଧ ହୋଇଛି । ଯଦି ଆପଣ ନିଜ ପରିବାର କିମ୍ବା ପାର୍ଟନରଙ୍କ ସହିତ ଫିଲ୍ମ ଦେଖିବାକୁ ଚାହୁଁଛନ୍ତି ତେବେ ଏହି ସୁଯୋଗ ସବୁଠାରୁ ଭଲ ରହିବ ।
ମଲ୍ଟିପ୍ଲେକ୍ସ ଆସୋସିଏସନ ଅଫ ଇଣ୍ଡିଆ (MAI) ଅନୁସାରେ, ୪୦୦୦ରୁ ଅଧିକ ଫିଲ୍ମ ହଲ୍ରେ ଏହି ଅଫର ପାଇପାରିବେ ବୋଲି ଶୁଣିବାକୁ ମିଳିଛି । ଯାହା ମଧ୍ୟରେ PVR ଆଇନକ୍ସ, ସିନେପଲିସ୍ ଏବଂ ମୁଭି ଟାଇମ୍ ସାମିଲ ଅଛନ୍ତି । ଏମାନେ ନିଜ ୱେବସାଇଟରେ ଏହି ଅଫର୍ର ବ୍ୟାନର ଅପଡେଟ କରିଛନ୍ତି । ଏହି ଅଫରରେ IMAX, 4DX କିମ୍ବା ରିକ୍ଲାଇନର ସିଟ୍ ପାଇଁ ଉପଲବ୍ଧ ନୁହେଁ । ଏହି ଟିକେଟ ବୁକିଂ ଅଫର ଅଫଲାଇନରେ ଉପଲବ୍ଧ ହେବ ନାହିଁ । ଜାତୀୟ ସିନେମା ଦିବସ ପ୍ରଥମେ ୨୦୨୨ରେ ମଲ୍ଟିପ୍ଲେକ୍ସ ଆସୋସିଏସନ ଅଫ ଇଣ୍ଡିଆ (MAI) ଦ୍ୱାରା ଆରମ୍ଭ ହୋଇଥିଲା । Covid-19 ପରେ ସିନେମା ହଲ ଖୋଲିବା ସ୍ମୃତି ଉଦେଶ୍ୟରେ MAI ଏହି ଅଫର ଆରମ୍ଭ କରିଥିଲା ।
ତେବେ ଆସନ୍ତୁ ଜାଣିବା ପେଟିଏମ ଏବଂ ବୁକ ମାଇ ଶୋରେ ଅନଲାଇନ ଏହି ଟିକେଟ କିପରି ବୁକ କରିବେ…
-ପ୍ରଥମେ ଏହି ଆପ ଖୋଲି ନିଜ ପ୍ରିୟ ଫିଲ୍ମକୁ ସିଲେକ୍ଟ କରିବେ ।
-ଏହା ପରେ ୧୩ ଅକ୍ଟୋବର ତାରିଖକୁ ସିଲେକ୍ଟ କରନ୍ତୁ ।
-ଏହା ପରେ ନିଜ ସିଟ ଚଏସ୍ କରି କଣ୍ଟିନ୍ୟୁ ଉପରେ ଟ୍ୟାପ୍ କରନ୍ତୁ । ଏହା ପରେ ପ୍ରୋସିଡ୍ ଟ୍ୟାପ୍ କରନ୍ତୁ ।
-ଏବେ ସ୍କିପ୍ ଏବଂ କଣ୍ଟିନ୍ୟୁ ଉପରେ କ୍ଲିକ କରନ୍ତୁ । ଆପଣଙ୍କୁ ଟିକେଟ ବୁକିଂ ଚାର୍ଜ ସହିତ ସର୍ଭିସ୍ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିବ ।
-ଆପଣ ଗୋଟେ ଟିକେଟ ୧୨୨ ଟଙ୍କା ମୂଲ୍ୟରେ ପାଇପାରିବେ ।
ସୂଚନାଯୋଗ୍ୟ, ମଲ୍ଟିପ୍ଲେକ୍ସ ମାଲିକମାନେ ଏହି ଜାତୀୟ ସିନେମା ଦିବସ ପାଇଁ କୌଣସି ନିର୍ଦ୍ଧିଷ୍ଟ ତାରିଖ ଠିକ୍ କରିନାହାନ୍ତି । ଗତବର୍ଷ ୨୩ ସେପ୍ଟେମ୍ବରରେ ଏହାର ପାଳନ କରାଯାଇଥିଲା । ୭୫ଟଙ୍କାରେ ଟିକେଟ ବୁକିଂର ଅଫର୍ ଉପଲବ୍ଧ ଥିଲା । ଏହି ଦିନ ସବୁଠୁ ଅଧିକ ୬.୫ ମିଲିୟନର ଟିକେଟ ବୁକିଂ କରାଯାଇଥିଲା ।