‘ଯୁଦ୍ଧ ପରଠାରୁ ଆମେ ଭୟଭୀତ ଥିଲୁ, ଭାରତୀୟ ଦୂତାବାସ ଆମ ମନୋବଳ ବଢ଼ାଇଥିଲା…’; ଘଟଣା ବଖାଣିଲେ ଇସ୍ରାଏଲ୍‌ ଫେରନ୍ତା ଛାତ୍ର

ଇସ୍ରାଏଲରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଆଶ୍ୱସନା ଦେଇ ଭାରତୀୟ ଦୂତାବାସ କହିଛି ଯେ ପରିସ୍ଥିତି ଉପରେ ସେମାନେ ତୀକ୍ଷ୍ଣ ନଜର ରଖିଛନ୍ତି। ଭାରତୀୟ ନାଗରିକମାନଙ୍କୁ ଶାନ୍ତ ଓ ସତର୍କ ରହିବାକୁ ଦୂତାବାସ ପରାମର୍ଶ ଦେଇଛି।

ହମାସ୍‌ ସହ ଇସ୍ରାଏଲ୍‌ର ଲାଗିଛି ଘମାଘୋଟ୍‌ ଯୁଦ୍ଧ। ଏହି ଯୁଦ୍ଧ ମଧ୍ୟରେ ଇସ୍ରାଏଲର ବିଭିନ୍ନ ସହରରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ ଭାରତ ସରକାର ଆରମ୍ଭ କରିଛନ୍ତି। ‘ଅପରେସନ୍ ଅଜୟ’ ଅଧୀନରେ ଇସ୍ରାଏଲର ବେନ୍‌ ଗୁରିୟନ ବିମାନବନ୍ଦରରୁ ୨୧୨ ଭାରତୀୟଙ୍କୁ ଧରି ପ୍ରଥମ ବିମାନ ଦିଲ୍ଲୀରେ ପହଞ୍ଚିଛି।

ଇସ୍ରାଏଲ୍ ସମୟ ଅନୁସାରେ, ରାତି ୯ଟାରେ ଏହି ବିମାନ ବେନ୍ ଗୁରିୟନ୍ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା। ଏୟାର ଇଣ୍ଡିଆ ବିମାନ ଶୁକ୍ରବାର ସକାଳ ପ୍ରାୟ ୬ଟାରେ (ଭାରତୀୟ ସମୟ) ଦିଲ୍ଲୀରେ ପହଞ୍ଚିଛି। ଦିଲ୍ଲୀ ବିମାନବନ୍ଦରରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଭାରତୀୟ ନାଗରିକମାନଙ୍କୁ ସ୍ୱାଗତ କରିଛନ୍ତି।

କହି ରଖୁଛୁ, ଇସ୍ରାଏଲରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ସରକାର ‘ଅପରେସନ୍ ଅଜୟ’ ଆରମ୍ଭ କରିଛନ୍ତି। ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ହେବା ପରେ ଏୟାର ଇଣ୍ଡିଆ ତତ୍କାଳ ପ୍ରଭାବରେ ଇସ୍ରାଏଲରୁ ଉଡ଼ାଣ ଭରିବାକୁ ଥିବା ନିଜର ସମସ୍ତ ବିମାନକୁ ବନ୍ଦ କରିଦେଇଥିଲା। ଏହି କାରଣରୁ ଦେଶକୁ ଫେରିବାକୁ ଚାହୁଁଥିବା ଭାରତୀୟ ନାଗରିକ ଇସ୍ରାଏଲରେ ଅଟକି ରହିଥିଲେ।

ଇସ୍ରାଏଲରୁ ଫେରିଥିବା ଛାତ୍ର ଶୁଭମ୍ କୁମାର କହିଛନ୍ତି ଯେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଧିକାଂଶ ଭାରତୀୟ ଛାତ୍ର ଭୟଭୀତ ଥିଲେ। କିନ୍ତୁ ହଠାତ୍ ଆମେ କିଛି ଲିଙ୍କ୍ ଦେଖିଲୁ, ଯାହା ଭାରତୀୟ ଦୂତାବାସ ତରଫରୁ ଜାରି କରାଯାଇଥିବା ବିଜ୍ଞପ୍ତି ଥିଲା। ଏହା ଆମର ମନୋବଳ ବଢ଼ାଇଥିଲା।

ସେପଟେ ଇସ୍ରାଏଲରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଆଶ୍ୱସନା ଦେଇ ଭାରତୀୟ ଦୂତାବାସ କହିଛି ଯେ ପରିସ୍ଥିତି ଉପରେ ସେମାନେ ତୀକ୍ଷ୍ଣ ନଜର ରଖିଛନ୍ତି। ଭାରତୀୟ ନାଗରିକମାନଙ୍କୁ ଶାନ୍ତ ଓ ସତର୍କ ରହିବାକୁ ଦୂତାବାସ ପରାମର୍ଶ ଦେଇଛି। ଦୂତାବାସ ନିଜ ମେସେଜ୍‌ରେ କହିଛି ଯେ ଆପଣଙ୍କୁ ଆଶ୍ୱସନା ଦିଆଯାଉଛି କି, ଦୂତାବାସ ଆପଣଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରୁଛି। ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ, କିନ୍ତୁ ଦୟାକରି ଶାନ୍ତ ଏବଂ ସତର୍କ ରୁହନ୍ତୁ। ସ୍ଥାନୀୟ ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.