‘ପୁଚୁକି ଗାଲି …ଫେସନ ବାଲି’ ଗୀତର କୋ ଡ୍ୟାନ୍ସରଙ୍କୁ ଭେଟିଲେ ସିଦ୍ଧାନ୍ତ, ଉପହାରରେ ଦେଲେ ୯୦ ଦଶକର ସିନେମା ପ୍ରିଣ୍ଟ ଥିବା ଟି-ସାର୍ଟ

ନିଜ କୋ ଡ୍ୟାନ୍ସରଙ୍କ ଦୁଃଖ ବିଷୟରେ ଜାଣିବା ପରେ ସିଧା ଆସି ପହଞ୍ଚିଥିଲେ କଟକ ସମ୍ରାଟ ହଲ ସ୍ଥିତ ବୈରାଗୀ ଙ୍କ ଫାଷ୍ଟ ଫୁଡ୍ ଦୋକାନରେ । ସିଦ୍ଧାନ୍ତ ମହାପାତ୍ରଙ୍କୁ ପାଖରୁ ଦେଖି ବୈରାଗୀ ଦୌଡ଼ି ଆସି ସିଦ୍ଧାନ୍ତ ଙ୍କୁ କୁଣ୍ଡାଇ ପକାଇବା ସହ କାନ୍ଦି ପକାଇଥିଲେ । ସିଦ୍ଧାନ୍ତ ମଧ୍ୟ ବୈରାଗୀଙ୍କୁ ପାଖରେ ପାଇ ଖୁବ ଖୁସି ହୋଇଥିଲେ ।

ସୁପର ହିଟ୍ ଗୀତ ‘ପୁଚୁକି ଗାଲି …ଫେସନ ବାଲି’ରେ ସିଦ୍ଧାନ୍ତଙ୍କ ସହ ଡ୍ୟାନ୍ସ କରିଥିବା କୋ ଡ୍ୟାନ୍ସର ବୈରାଗୀଙ୍କୁ ଭେଟିଲେ ସିଦ୍ଧାନ୍ତ ମହାପାତ୍ର । ଦୀର୍ଘ ଦିନ ପରେ ସୋସିଆଲ ମିଡ଼ିଆରେ ନିଜ କୋ-ଡ୍ୟାନ୍ସରକୁ ଦେଖିବା ପରେ ଓଲିଉଡ଼ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ନିଜକୁ ଆଉ ଅଟକାଇ ପାରିନଥିଲେ । ନିଜ କୋ ଡ୍ୟାନ୍ସରଙ୍କ ଦୁଃଖ ବିଷୟରେ ଜାଣିବା ପରେ ସିଧା ଆସି ପହଞ୍ଚିଥିଲେ କଟକ ସମ୍ରାଟ ହଲ ସ୍ଥିତ ବୈରାଗୀ ଙ୍କ ଫାଷ୍ଟ ଫୁଡ୍ ଦୋକାନରେ । ସିଦ୍ଧାନ୍ତ ମହାପାତ୍ରଙ୍କୁ ପାଖରୁ ଦେଖି ବୈରାଗୀ ଦୌଡ଼ି ଆସି ସିଦ୍ଧାନ୍ତ ଙ୍କୁ କୁଣ୍ଡାଇ ପକାଇବା ସହ କାନ୍ଦି ପକାଇଥିଲେ । ସିଦ୍ଧାନ୍ତ ମଧ୍ୟ ବୈରାଗୀଙ୍କୁ ପାଖରେ ପାଇ ଖୁବ ଖୁସି ହୋଇଥିଲେ ।

ବୈରାଗୀ ସିଦ୍ଧାନ୍ତଙ୍କୁ ତାଙ୍କ ଫାଷ୍ଟ ଫୁଡ୍ ଦୋକାନକୁ ପାଛୋଟି ନେଇଥିଲେ । ସିଦ୍ଧାନ୍ତ ନିଜ ସହ ଆଣିଥିବା ସମସ୍ତ ଉପହାରକୁ ବୈରାଗୀଙ୍କୁ ଦେଇଥିଲେ କେବଳ ସେତିକି ନୁହେଁ ସିଦ୍ଧାନ୍ତ ମହାପାତ୍ର ୯୦ ଦଶକର ଅନେକ ସିନେମା ପ୍ରିଣ୍ଟ ଥିବା ଏକ ଟି-ସାର୍ଟ ବୈରାଗୀଙ୍କୁ ଉପହାର ସ୍ୱରୂପ ଭେଟି ଦେଇଥିଲେ । ତେବେ ସେ ଆହୁରି ମଧ୍ୟ କହିଛନ୍ତି କେବଳ ପୁଚୁକି ଗାଲି ସିନେମା ନୁହେଁ ଏମିତି ୯୦ ଦଶକର ଅନେକ ହିଟ୍ ହିଟ୍ ଫିଲ୍ମରେ ତାଙ୍କ ସହ ନାଚି ଗାଇ ଧୂଳି ଉଡ଼ାଇଥିଲେ ବୈରାଗୀ । ଏବେ ମଧ୍ୟ ଦରକାର ପଡ଼ିଲେ ତାଙ୍କ ସହ ସିନେମା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସିଦ୍ଧାନ୍ତ ମହାପାତ୍ର ।

ଅନେକ ଦିନ ବିତି ଯାଇଥିବାରୁ ବୈରାଗୀଙ୍କୁ ଚିହ୍ନିବା ସିଦ୍ଧାନ୍ତଙ୍କ ପାଇଁ କଷ୍ଟ ହୋଇଥିଲା କିନ୍ତୁ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଅନେକ ଫଟୋ ଦେଖିବା ପରେ ସିଦ୍ଧାନ୍ତ ବୈରାଗୀଙ୍କୁ ଠିକ ଭାବେ ଚିହ୍ନି ପାରିଥିଲେ । ଏବଂ ତାଙ୍କୁ ଭେଟିବା ପାଇଁ ବୈରାଗୀଙ୍କ ଦୋକାନରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ବୈରାଗୀଙ୍କ ସହ କିଛି ସମୟ କଥା ହୋଇଥିଲେ । ପରେ ସିଦ୍ଧାନ୍ତ ନିଜ ଅନ୍ୟ ସାଥି ଡ୍ୟାନ୍ସରଙ୍କୁ ମଧ୍ୟ ମନେ ପକାଇଥିଲେ । ବୈରାଗୀଙ୍କ ଛୋଟ ଦୋକାନକୁ ସିଦ୍ଧାନ୍ତ ଆସିଥିବାରୁ ସେଠାରେ ଭିଡ଼ ମଧ୍ୟ ଜମିଥିଲା । ସିଦ୍ଧାନ୍ତଙ୍କ ମନ ପସନ୍ଦର ଖାଇବା ବିଷୟରେ ବୈରାଗୀ ପୂର୍ବରୁ ଜାଣିଥିଲେ । ତେଣୁ ସେ ସିଦ୍ଧାନ୍ତଙ୍କୁ କାଜୁ ଖାଇବାକୁ ଦେଇଥିଲେ । ସିଦ୍ଧାନ୍ତ ନିଜ ସହ ଆଣିଥିବା ୯୦ ଦଶକର ଅନେକ ସିନେମା ପ୍ରିଣ୍ଟ ଥିବା ଟି-ସାର୍ଟକୁ ବୈରାଗୀଙ୍କୁ ପନ୍ଧାଇଥିଲେ । ତେବେ ସିଦ୍ଧାନ୍ତ ଦୀର୍ଘ ଦିନ ପରେ ବୈରାଗୀଙ୍କୁ ଭେଟି ଥିବାରୁ ସେ ବହୁତ ଖୁସି ଅଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.