ଝାରସୁଗୁଡ଼ାରୁ ଉଡ଼ିବ ଆଉ ୨ ବିମାନ : କୋଲକାତା ଓ ବେଙ୍ଗାଳୁରୁକୁ କରିବ ଯାତ୍ରା

ଝାରସୁଗୁଡ଼ାରୁ ଉଡ଼ିବ ଆଉ ୨ ବିମାନ। ନଭେମ୍ବର ୫ରୁ ଝାରସୁଗୁଡାରୁ କୋଲକାତା ଓ ୧୫ରୁ ବେଙ୍ଗାଳୁରୁକୁ ଉଡିବ ବିମାନ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବେଙ୍ଗାଳୁରୁ ଓ କୋଲକାତା ଭଳି ଦୁଇ ପ୍ରମୁଖ ସହର ସହ ସିଧାସଳଖ ଯୋଡି ହେବ । ନଭେମ୍ବର ୫ରୁ କୋଲକାତା ଓ ନଭେମ୍ବର ୧୫ରୁ ବେଙ୍ଗାଳୁରୁକୁ ବିମାନ ଚଳାଚଳ କରିବ ।

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ାରୁ ଉଡ଼ିବ ଆଉ ୨ ବିମାନ। ନଭେମ୍ବର ୫ରୁ ଝାରସୁଗୁଡାରୁ କୋଲକାତା ଓ ୧୫ରୁ ବେଙ୍ଗାଳୁରୁକୁ ଉଡିବ ବିମାନ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବେଙ୍ଗାଳୁରୁ ଓ କୋଲକାତା ଭଳି ଦୁଇ ପ୍ରମୁଖ ସହର ସହ ସିଧାସଳଖ ଯୋଡି ହେବ । ନଭେମ୍ବର ୫ରୁ କୋଲକାତା ଓ ନଭେମ୍ବର ୧୫ରୁ ବେଙ୍ଗାଳୁରୁକୁ ବିମାନ ଚଳାଚଳ କରିବ । ଏନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ସୁଚନା ଦିଆଯାଇଛି ।

ବିମାନ କୋଲକାତାରୁ ସଂଧ୍ୟା ୫ଟା ୫୦ରେ ବାହାରି ଝାରସୁଗୁଡାରେ ସଂଧ୍ୟା ୭ଟା ୨୫ରେ ପହଞ୍ଚିବ । ଝାରସୁଗୁଡାରୁ ସଂଧ୍ୟା ୭ଟା ୫୫ରୁ ବାହାରି ରାତି ୯ଟା ୨୦ରେ କୋଲକାତାରେ ପହଞ୍ଚିବ ।ସେହିପରି ନଭେମ୍ବର ୧୫ ତାରିଖରେ ବେଙ୍ଗାଳୁରୁରୁ ସକାଳ ୧୦ଟା ୧୫ରେ ବାହାରି ଦିନ ୧୨ଟା ୨୦ରେ ଝାରସୁଗୁଡାରେ ପହଞ୍ଚିବ । ଏଠାରୁ ପୁଣି ଦିନ ୧୨ଟା ୫୦ରେ ବାହାରି ଦିନ ୨ଟା ୫୫ରେ ବେଙ୍ଗାଳୁରୁରେ ପହଞ୍ଚିବ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.