Below header

ଦିନରେ ପିଅନ୍ତୁ ଡାଳିମ୍ବ ଜୁସ୍‌, ମିଳିବ ଏହି ସବୁ ଲାଭ

ଡାଳିମ୍ବ ଏକ ଏପରି ଫଳ, ଯାହାର ଜୁସ୍‌ ପ୍ରତିଦିନ ପିଇବା ଦ୍ୱାରା ସ୍ୱାସ୍ଥ୍ୟରେ ଅନେକ ଲାଭଦାୟୀ ଗୁଣ ବଢିଥାଏ । ଡାଳିମ୍ବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ଏହାକୁ ଖାଇବା ଦ୍ୱାରା ରକ୍ତହୀନତା ତଥା ଅନ୍ୟାନ୍ୟ ରୋଗ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ…

ଡାଳିମ୍ବ ଏକ ଏପରି ଫଳ, ଯାହାର ଜୁସ୍‌ ପ୍ରତିଦିନ ପିଇବା ଦ୍ୱାରା ସ୍ୱାସ୍ଥ୍ୟରେ ଅନେକ ଲାଭଦାୟୀ ଗୁଣ ବଢିଥାଏ । ଡାଳିମ୍ବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହାକୁ ଖାଇବା ଦ୍ୱାରା ରକ୍ତହୀନତା ଏବଂ ଅନ୍ୟାନ୍ୟ ରୋଗ ଦୂର ହୋଇଥାଏ । ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ…

-ଦିନରେ ଡାଳିମ୍ବ ଜୁସ୍‌ ପିଇବା ଦ୍ୱାରା ଶରୀରରେ ଏନର୍ଜି ସ୍ତର ବଢିଥାଏ ଏବଂ ସତେଜତା ମିଳିଥାଏ । କିନ୍ତୁ ଯଦି ଆପଣ ରାତିରେ ଏହି ଜୁସ୍‌ ପିଇବେ, ତା’ ହେଲେ ଏହା ଦ୍ୱାରା ଆପଣଙ୍କ ନିଦ ଖରାପ ହୋଇପାରେ । ଡାଳିମ୍ବରେ ଥିବା ନ୍ୟାଚୁରାଲ ସୁଗାର ଦିନରେ ସୁବିଧାରେ ହଜମ ହୋଇଯାଏ । ରାତିରେ ପାଚନ କ୍ରିୟା ଭଲ ଭାବରେ ନ ହେବା କାରଣରୁ ପେଟ ଭାରୀ ଲାଗିଥାଏ ।

-ଦିନରେ ଶରୀର ଆକ୍ଟିଭ ଥାଏ, ତେଣୁ ଡାଳିମ୍ବ ଜୁସ୍‌ ଭଲ ଭାବରେ ଅବଶୋଷଣ ହୋଇଥାଏ । କିନ୍ତୁ ରାତିରେ ଆମ ଶରୀର ଆରାମ ମୋଡ୍‌ରେ ରହିଥାଏ । ରାତିରେ ଥଣ୍ଡା ପାନୀୟ ପିଇବା ଦ୍ୱାରା ଥଣ୍ଡା ଓ କାଶ ମଧ୍ୟ ହୋଇପାରେ । ଦିନରେ ଏହାର ଆଶଙ୍କା କମ ଥାଏ ।

-ଦିନ ସମୟରେ ଡାଳିମ୍ବ ଜୁସ୍‌ ପିଇଲେ ଏହା ଭିଟାମିନ, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡେଣ୍ଟ ଭଲ ଭାବରେ ଅବଶୋଷିତ କରି ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ହୃଦୟକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ଜୁସ୍‌ କ୍ୟାନ୍ସର ଭଳି ରୋଗ ସହ ଲଢ଼ିବାକୁ ଶକ୍ତି ଦେଇଥାଏ ।

-ଡାଳିମ୍ବ ଜୁସ୍‌ର ଆଣ୍ଟିଅକ୍ସିଡେଣ୍ଟ ଗୁଣ ବୟସ ବଢିବା ସହିତ ହେଉଥିବା କ୍ଷତିରୁ ଆମକୁ ବଞ୍ଚାଇଥାଏ । ଏହା ସହିତ ଯୁବାବସ୍ଥା ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

-ଏହା ବ୍ୟତୀତ ଡାଳିମ୍ବ ଜୁସ୍‌ ପାଚନ ଶକ୍ତିକୁ ଉନ୍ନତ୍ତ କରିଥାଏ । କୋଷ୍ଠକାଠିନ୍ୟ ଦୂର କରିଥାଏ ଏବଂ ଓଜନ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ।

-ପ୍ରତିଦିନ ଦିନରେ ଡାଳିମ୍ବ ଜୁସ ପିଇବା ଦ୍ୱାରା ଶରୀରରେ ଏନର୍ଜି ଏବଂ ସତେଜତା ଆସିଥାଏ । ତେଣୁ ଏକ ସୁସ୍ଥ ଜୀବନ ବଞ୍ଚିବା ପାଇଁ ଡାଳିମ୍ବ ଜୁସ୍‌ ପିଇବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.