Categories: ମନୋରଂଜନ

ନେହା କକ୍କର ଗୋଟେ ଗୀତ ପାଇଁ ନେଇଥାନ୍ତି . . . . ., ଜାଣିଲେ ଉଡିଯିବ ହୋସ୍

ବଲିଉଡର ଲୋକପ୍ରିୟ ସିଙ୍ଗର ନେହା କକ୍କର ନିଜର ସୁମଧୁର କଣ୍ଠ ପାଇଁ ଲୋକମାନଙ୍କ ମନରେ ଜାଗା କିଣି ପାରିଛନ୍ତି। ନେହା ଇଣ୍ଡିଆନ ଆଇଡଲରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ଖୁବ୍ କମ ବୟସରୁ ହିଁ ଗୀତ ଗାଇବା ଆରମ୍ଭ କରିଥିଲେ। ନେହା କକ୍କର ନିଜ ପରିବାର ସଦସ୍ୟଙ୍କ ଦେଖାଶୁଣା କରିବା ପାଇଁ ମଧ୍ୟ ଜାଗରଣ ବା ମନ୍ଦିର ପରିସରରେ ଗୀତ ଗାଉଥିଲେ। ସେହି ସମୟରେ ଗୀତ ଗାଇବା ପାଇଁ ନେହାଙ୍କୁ ଖୁବ୍ କମ ଟଙ୍କା ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ସଫଳତାର ଶୀର୍ଷରେ ପହଞ୍ଚିଥିବା ନେହା ଗୋଟିଏ ଗୀତ ପାଇଁ ନେଉଛନ୍ତି ଅତ୍ୟଧିକ ଟଙ୍କା।

ନେହା ପ୍ରଥମେ ୫୦୦ ଟଙ୍କାରେ ଗୀତ ଗାଉଥିଲେ। କିନ୍ତୁ ସମୟର ପରିବର୍ତ୍ତନରେ ନେହାଙ୍କର ଲୋକପ୍ରିୟତା ବଢିବା ପରେ ସେ ବଲିଉଡରେ ଟପ୍ ସିଙ୍ଗର ହୋଇପାରିଛନ୍ତି। ରିପୋର୍ଟ ଅନୁଯାୟୀ ନେହା ଗୋଟିଏ ଗୀତ ଗାଇବା ପାଇଁ ୮ ଲକ୍ଷ ଟଙ୍କା ଚାର୍ଜ କରିଥିବା ବେଳେ ନବରାତ୍ରୀ ସମୟରେ ୧୫ ରୁ ୨୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି।
ନେହା କକର ତାଙ୍କର ଗୋଟିଏ ଗୀତରେ ସେ ଲୋକପ୍ରିୟତା ହାସଲ କରିପାରିଥିଲେ। ସେ ୨୦୧୫ରେ ନିଜର ୟୁଟ୍ୟୁବ ଚ୍ୟାନେଲରେ ବଲିଉଡ ଗୀତର ମାଶଅପ୍ ସେୟାର କରିଥିଲେ। ଯାହାଦ୍ବାରା ତାଙ୍କର ଲୋକପ୍ରିୟତା ଅଦିକ ବଢିଯାଇଥିଲା। ଏହା ପରେ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। କିନ୍ତୁ ନେହା ସେଲ୍ଫି ଭିଡିଓରେ ‘ରାଜ’ ଫିଲ୍ମ ଠାରୁ ଆରମ୍ଭ କରି ‘ହମାରୀ ଅଧୁରୀ କାହାନି’ ଭଳି ଅନେକ ରୋମାଣ୍ଟିକ ଗୀତ ଗାଇଛନ୍ତି। ସେହିପରି ନେହା କକ୍କରଙ୍କ ‘କୋକା-କୋଲା’, ‘ଦିଲବର’, ‘ଆଖ୍ ମାରେ’, ‘ମିଲେ ହୋ ତୁମ’ ଭଳି ଅନେକ ଗୀତ ଦର୍ଶକମାନଙ୍କୁ ଖୁବ୍ ଆକୃଷ୍ଟ କରିପାରିଛି।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

10 seconds ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

13 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

22 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

25 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

59 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago