ନେହା କକ୍କର ଗୋଟେ ଗୀତ ପାଇଁ ନେଇଥାନ୍ତି . . . . ., ଜାଣିଲେ ଉଡିଯିବ ହୋସ୍

ବଲିଉଡର ଲୋକପ୍ରିୟ ସିଙ୍ଗର ନେହା କକ୍କର ନିଜର ସୁମଧୁର କଣ୍ଠ ପାଇଁ ଲୋକମାନଙ୍କ ମନରେ ଜାଗା କିଣି ପାରିଛନ୍ତି। ନେହା ଇଣ୍ଡିଆନ ଆଇଡଲରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ଖୁବ୍ କମ ବୟସରୁ ହିଁ ଗୀତ ଗାଇବା ଆରମ୍ଭ କରିଥିଲେ। ନେହା କକ୍କର ନିଜ ପରିବାର ସଦସ୍ୟଙ୍କ ଦେଖାଶୁଣା କରିବା ପାଇଁ ମଧ୍ୟ ଜାଗରଣ ବା ମନ୍ଦିର ପରିସରରେ ଗୀତ ଗାଉଥିଲେ। ସେହି ସମୟରେ ଗୀତ ଗାଇବା ପାଇଁ ନେହାଙ୍କୁ ଖୁବ୍ କମ ଟଙ୍କା ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ସଫଳତାର ଶୀର୍ଷରେ ପହଞ୍ଚିଥିବା ନେହା ଗୋଟିଏ ଗୀତ ପାଇଁ ନେଉଛନ୍ତି ଅତ୍ୟଧିକ ଟଙ୍କା।

nehaନେହା ପ୍ରଥମେ ୫୦୦ ଟଙ୍କାରେ ଗୀତ ଗାଉଥିଲେ। କିନ୍ତୁ ସମୟର ପରିବର୍ତ୍ତନରେ ନେହାଙ୍କର ଲୋକପ୍ରିୟତା ବଢିବା ପରେ ସେ ବଲିଉଡରେ ଟପ୍ ସିଙ୍ଗର ହୋଇପାରିଛନ୍ତି। ରିପୋର୍ଟ ଅନୁଯାୟୀ ନେହା ଗୋଟିଏ ଗୀତ ଗାଇବା ପାଇଁ ୮ ଲକ୍ଷ ଟଙ୍କା ଚାର୍ଜ କରିଥିବା ବେଳେ ନବରାତ୍ରୀ ସମୟରେ ୧୫ ରୁ ୨୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି।
ନେହା କକର ତାଙ୍କର ଗୋଟିଏ ଗୀତରେ ସେ ଲୋକପ୍ରିୟତା ହାସଲ କରିପାରିଥିଲେ। ସେ ୨୦୧୫ରେ ନିଜର ୟୁଟ୍ୟୁବ ଚ୍ୟାନେଲରେ ବଲିଉଡ ଗୀତର ମାଶଅପ୍ ସେୟାର କରିଥିଲେ। ଯାହାଦ୍ବାରା ତାଙ୍କର ଲୋକପ୍ରିୟତା ଅଦିକ ବଢିଯାଇଥିଲା। ଏହା ପରେ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। କିନ୍ତୁ ନେହା ସେଲ୍ଫି ଭିଡିଓରେ ‘ରାଜ’ ଫିଲ୍ମ ଠାରୁ ଆରମ୍ଭ କରି ‘ହମାରୀ ଅଧୁରୀ କାହାନି’ ଭଳି ଅନେକ ରୋମାଣ୍ଟିକ ଗୀତ ଗାଇଛନ୍ତି। ସେହିପରି ନେହା କକ୍କରଙ୍କ ‘କୋକା-କୋଲା’, ‘ଦିଲବର’, ‘ଆଖ୍ ମାରେ’, ‘ମିଲେ ହୋ ତୁମ’ ଭଳି ଅନେକ ଗୀତ ଦର୍ଶକମାନଙ୍କୁ ଖୁବ୍ ଆକୃଷ୍ଟ କରିପାରିଛି।

Leave A Reply

Your email address will not be published.