ମୟୂରଭଞ୍ଜ: ଓଭରବ୍ରିଜ ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ

ମୟୂରଭଞ୍ଜ(କେନ୍ୟୁଜ୍): ଓଭରବ୍ରିଜ ନିର୍ମାଣ ଦାବିରେ ରାଜପଥ ଅବରୋଧ । ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଲୋକେ । ଦାନ୍ତୀଆମୁହାଁଠାରେ ଓଭରବ୍ରିଜ ନିର୍ମାଣ ଦାବି କରି ଦାନ୍ତୀଆମୁହାଁ ଓ କୁଣ୍ଢେଇ ଗ୍ରାମବାସୀ କୁଣ୍ଢେଇ ଛକଠାରେ ରାଜରାସ୍ତା ଅବରୋଧ କରିଛନ୍ତି । ୪ ଲେନ୍‌ ରାସ୍ତା ହେବା ପରେ ଦାନ୍ତୀଆମୁହାଁ ଛକରେ ରାସ୍ତା ପାରି ହେବା ବିପଦଜନକ ହେଉଛି । ଅନ୍ୟପଟେ ରାଜପଥ ନିର୍ମାଣ କାର୍ଯ୍ୟ ବି ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାଜପଥ ଅବରୋଧ ଫଳରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଛି । ବେତନଟୀ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।

Leave A Reply

Your email address will not be published.