ମନୋରଂଜନ

ନିଃଶବ୍ଦମ୍‌ର ଟ୍ରେଲର ରିଲିଜ୍‌, ମୁକ-ବଧିର ଆର୍ଟିଷ୍ଟ ଭାବେ ନଜର ଆସିବେ ଅନୁଷ୍କା ସେଟ୍ଟୀ; ଦେଖନ୍ତୁ ଭିଡିଓ

ଆର ମାଧବନ୍‌ ଓ ଅନୁଷ୍କା ସେଟ୍ଟୀଙ୍କ ସସ୍‌ପେନ୍ସ ଥ୍ରୀଲର ଫିଲ୍ମ ‘ନିଃଶବ୍ଦମ୍‌’ର ଟ୍ରେଲର ଜାରି ହୋଇଛି। ଅକ୍ଟୋବର ୨ରେ ଆମାଜନ ପ୍ରାଇମ୍‌ ଭିଡିଓରେ ନିଃଶବ୍ଦମ୍‌ର ଓ୍ଵାର୍ଲ୍ଡ ଓ୍ଵାଇଡ୍‌ ପ୍ରିମିୟର କରାଯିବ। ବର୍ତ୍ତମାନ କେବଳ ତେଲୁଗୁ, ତାମିଲ ଓ ମାଲାୟାଲମ୍‌ ପ୍ରମୁଖ ତିନିଟି ଭାଷାରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ମାଲାୟାଲମ୍‌ର ଟ୍ରେଲରକୁ ଡବିଂ କରି ରିଲିଜ୍‌ କରାଯାଇଛି। ତେବେ ଫିଲ୍ମ ବିଷୟରେ ଘୋଷଣା କରାଯିବ ବେଳେ ଏହା ହିନ୍ଦୀ ଓ ଇଂରାଜୀରେ ହେବ ବୋଲି କୁହାଯାଇଥିଲା ।

ଦେଖନ୍ତୁ ଭିଡିଓ:

Video Courtesy: Amazon Prime Video India

ନିଃଶବ୍ଦମ୍‌ର ଟ୍ରେଲରରୁ କାହାଣୀ ବିଷୟରେ କିଛି କିଛି ବୁଝାପଡ଼ୁଛି। ଫିଲ୍ମର କାହାଣୀ ଆମେରିକାରେ ସିଏଟଲ ସହରର ବୋଲି ଦର୍ଶାଯାଇଛି। ବ୍ୟାକ୍‌ଗ୍ରାଉଣ୍ଡରେ ଏକ ଭୂତ କୋଠରୀ ରହିଛି। ଫିଲ୍ମରେ ଅନୁଷ୍କା ଜଣେ ମୁକ-ବଧିର ଚିତ୍ରଶିଳ୍ପୀ ଭୂମିକାରେ ଅଭିନୟ କରିଛନ୍ତି। ମାଧବନ୍‌ ଜଣେ ବିଖ୍ୟାତ ସଙ୍ଗୀତକାର ଏନ୍ଥନୀ ଭୂମିକାରେ ନଜର ଆସିଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରେମ ହେଉଛି। ଟ୍ରେଲରରୁ ଫିଲ୍ମଟି ରୋଚକପୂର୍ଣ୍ଣ ହୋଇଥିବ ବୋଲି ଆଶା କରାଯାଉଛି।

ନିଃଶବ୍ଦମ୍‌ର ନିର୍ଦ୍ଦେଶନା ଦେଉଛନ୍ତି ହେମନ୍ତ ମଧୁକର। ଚଳିତବର୍ଷ ଏପ୍ରିଲରେ ଫିଲ୍ମ ରିଲିଜ୍‌ ହେବାର ଥିଲା। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ଫିଲ୍ମର ରିଲିଜ୍‌ ତାରିଖ ଘୁଞ୍ଚିଛି।

WCW 11

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

5 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

31 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

40 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago