ମନୋରଂଜନ

ସୁଟିଂ ବେଳେ ହଠାତ୍ ବ୍ରେନ୍ ଷ୍ଟ୍ରୋକ୍ ର ଶିକାର ହେଲେ ରାୟୁଲ ରାୟ, ଚିକିତ୍ସା ପାଇଁ ଏବେ ନାନାବତୀରେ

ଫିଲ୍ମ ‘ଆସିକ୍’ ରୁ ବଲିଉଡ୍ ରେ ଧମାକେଦାର୍ ଏଣ୍ଟ୍ରି କରିଥିବା ରାହୁଲ ରାୟ ହଠାତ୍ ବ୍ରେନ୍ ଷ୍ଟ୍ରୋକ୍ ର ଶିକାର ହୋଇଛନ୍ତି। ଏନେଇ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥିତ ନାନାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ରାହୁଲ କାରଗିଲରେ ଫିଲ୍ମ LAC ର ସୁଟିଂ କରୁଥିଲେ। କିନ୍ତୁ ହଠାତ୍ ବ୍ରେନ୍ ଷ୍ଟ୍ରୋକ୍ ପରେ ତାଙ୍କୁ ଚିକିତ୍ସା ପାଇଁ ଶ୍ରୀନଗରରୁ ମୁମ୍ବାଇ ଅଣାଯାଇଛି। ବର୍ତ୍ତମାନ ତାଙ୍କର ଅବସ୍ଥା ପୂର୍ବ ଅପେକ୍ଷା ଭତ୍ତମ ଥିବା କୁହାଯାଉଛି।

ଫିଲ୍ମରେ ରାହୁଲ ରାୟଙ୍କ କୋ-ଷ୍ଟାର ବିଗବସ୍ ଫେମ୍ ଆକ୍ଟର ନିଶାନ୍ତ ମଲଖାନୀ ମଧ୍ୟ ସେହି ସମୟରେ ସେଠାରେ ଉପସ୍ଥିତ ଥିଲେ। ଏନେଇ ଏକ ସାକ୍ଷାତକାର ମାଧ୍ୟମରେ ନିଶାନ୍ତ କହିଛନ୍ତି, ଏସବୁ ଘଟଣା ଗତ ମଙ୍ଗଳବାର ଦିନ ଘଟିଯାଇଛି। ସେ ଦିନ ସକାଳୁ ତାଙ୍କର ସ୍ୱାସ୍ଥ୍ୟ ଠିକ୍ ନଥିଲା ଏବଂ ସେ ନିଜ ଡାଇଲଗ୍ ମଧ୍ୟ ଠିକ୍ ଭାବେ କହିପାରୁ ନଥିଲେ। ଏହାପରେ ସଂଧ୍ୟା ସମୟରେ ରାହୁଲଙ୍କ ବ୍ୟବହାରରେ ହଠାତ୍ ଅସାମାନ୍ୟ ପରିବର୍ତ୍ତନ ଦେଖାଯାଇଥିଲା। ଏହାପରେ ଆମକୁ କିଛି ଗଡ଼ବଡ଼ ଥିବା ଜଣାପଡିଥିଲା। ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ତୁରନ୍ତ କାରଗିଲର ମିଲିଟ୍ରି ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ସିଟି ସ୍କାନ୍ କରାଯାଇଛି । ଏହାପରେ ହେଲିକପ୍ଟର ଜରିଆରେ ରାହୁଲଙ୍କୁ ଶ୍ରୀନଗରରୁ ମୁମ୍ବାଇ ଅଣାଯାଇଥିଲା। ସୂଚନାଯୋଗ୍ୟ, ରାହୁଲ ରିୟଲିଟି ଶୋ’ ‘ବିଗବସ୍’ ପ୍ରଥମ ସିଜିନ୍ ର ବିଜେତା ଥିଲେ।

KNews Bureau

Recent Posts

ଯୁଦ୍ଧ ଶେଷ କରିବାର ସମୟ ଆସିଛି : ବାଇଡେନ

ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…

9 mins ago

୫୬ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ନାଗପୁର, କେତେ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ ମଣିଷ ଶରୀର?

ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…

12 mins ago

ହାଇକୋର୍ଟରେ ୧୩୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…

20 mins ago

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

38 mins ago

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

46 mins ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

1 hour ago