Below header

ସୁଟିଂ ବେଳେ ହଠାତ୍ ବ୍ରେନ୍ ଷ୍ଟ୍ରୋକ୍ ର ଶିକାର ହେଲେ ରାୟୁଲ ରାୟ, ଚିକିତ୍ସା ପାଇଁ ଏବେ ନାନାବତୀରେ

ଫିଲ୍ମ ‘ଆସିକ୍’ ରୁ ବଲିଉଡ୍ ରେ ଧମାକେଦାର୍ ଏଣ୍ଟ୍ରି କରିଥିବା ରାହୁଲ ରାୟ ହଠାତ୍ ବ୍ରେନ୍ ଷ୍ଟ୍ରୋକ୍ ର ଶିକାର ହୋଇଛନ୍ତି। ଏନେଇ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥିତ ନାନାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ରାହୁଲ କାରଗିଲରେ ଫିଲ୍ମ LAC ର ସୁଟିଂ କରୁଥିଲେ। କିନ୍ତୁ ହଠାତ୍ ବ୍ରେନ୍ ଷ୍ଟ୍ରୋକ୍ ପରେ ତାଙ୍କୁ ଚିକିତ୍ସା ପାଇଁ ଶ୍ରୀନଗରରୁ ମୁମ୍ବାଇ ଅଣାଯାଇଛି। ବର୍ତ୍ତମାନ ତାଙ୍କର ଅବସ୍ଥା ପୂର୍ବ ଅପେକ୍ଷା ଭତ୍ତମ ଥିବା କୁହାଯାଉଛି।

Rahul-Royଫିଲ୍ମରେ ରାହୁଲ ରାୟଙ୍କ କୋ-ଷ୍ଟାର ବିଗବସ୍ ଫେମ୍ ଆକ୍ଟର ନିଶାନ୍ତ ମଲଖାନୀ ମଧ୍ୟ ସେହି ସମୟରେ ସେଠାରେ ଉପସ୍ଥିତ ଥିଲେ। ଏନେଇ ଏକ ସାକ୍ଷାତକାର ମାଧ୍ୟମରେ ନିଶାନ୍ତ କହିଛନ୍ତି, ଏସବୁ ଘଟଣା ଗତ ମଙ୍ଗଳବାର ଦିନ ଘଟିଯାଇଛି। ସେ ଦିନ ସକାଳୁ ତାଙ୍କର ସ୍ୱାସ୍ଥ୍ୟ ଠିକ୍ ନଥିଲା ଏବଂ ସେ ନିଜ ଡାଇଲଗ୍ ମଧ୍ୟ ଠିକ୍ ଭାବେ କହିପାରୁ ନଥିଲେ। ଏହାପରେ ସଂଧ୍ୟା ସମୟରେ ରାହୁଲଙ୍କ ବ୍ୟବହାରରେ ହଠାତ୍ ଅସାମାନ୍ୟ ପରିବର୍ତ୍ତନ ଦେଖାଯାଇଥିଲା। ଏହାପରେ ଆମକୁ କିଛି ଗଡ଼ବଡ଼ ଥିବା ଜଣାପଡିଥିଲା। ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ତୁରନ୍ତ କାରଗିଲର ମିଲିଟ୍ରି ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ସିଟି ସ୍କାନ୍ କରାଯାଇଛି । ଏହାପରେ ହେଲିକପ୍ଟର ଜରିଆରେ ରାହୁଲଙ୍କୁ ଶ୍ରୀନଗରରୁ ମୁମ୍ବାଇ ଅଣାଯାଇଥିଲା। ସୂଚନାଯୋଗ୍ୟ, ରାହୁଲ ରିୟଲିଟି ଶୋ’ ‘ବିଗବସ୍’ ପ୍ରଥମ ସିଜିନ୍ ର ବିଜେତା ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.