Below header

ନୃସଂଶତାର ସବୁ ସୀମା ପାର୍‌: ସ୍ତ୍ରୀ ସହ ୫ ପିଲାଙ୍କୁ କୁରାଢୀରେ ହତ୍ୟା କଲା ସ୍ୱାମୀ

ବିହାର: ବିହାର ସ୍ଥିତ ସିଓ୍ଵାନରୁ ହୃଦୟ ଥରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ ଭଗବାନପୁର ଥାନା ଅଞ୍ଚଳରେ ବଳହାଂ ଅଂଲିମର୍ଦନପୁର ଗାଁରେ ସୋମବାର ଦିନ ମଧ୍ୟରାତ୍ରୀରେ ଜଣେ ମଦ୍ୟପ ବ୍ୟକ୍ତି ନିଜ ପତ୍ନୀ ଏବଂ ୫ ପିଲା ଶୋଇଥିବା ଅବସ୍ଥାରେ କୁରାଢୀରେ କାଟି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ୪ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପିଲା ଏବଂ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପାଟନା ରେଫର୍‌ କରାଯାଇଛି।

murderଅନ୍ୟପଟେ ଏହି କାଣ୍ଡ ଘଟାଇଥିବା ଅଭିଯୁକ୍ତ ନିଜେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଗିରଫ କରି ଚିକିତ୍ସା ଜାରି ରଖିଛି। ସୂଚନାଯୋଗ୍ୟ ଉକ୍ତ ଘଟଣା ସମ୍ପର୍କରେ ଖବର ପାଇବା ପରେ ଥାନା ଅଦିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ଏଭଳି ହୃଦୟ ବିଦାରକ ଘଟଣା କେବଳ ଗାଁ ନୁହେଁ ଆଖପାଖ ଅଞ୍ଚଳର ଲୋକଙ୍କୁ ମଧ୍ୟ ପ୍ରଭାବିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.