ଅନଲାଇନରେ ପାଠ ପଢିବା ପାଇଁ ମୂଲ ଲାଗିଛନ୍ତି ଦୁଇ ଆଦିବାସୀ ଭାଇଭଉଣୀ, ଉପାର୍ଜିତ ଅର୍ଥରେ କିଣିବେ ସ୍ମାର୍ଟ ଫୋନ୍

ରାୟଗଡା: କୋରନା ମାହାମାରୀ କବଳରେ ସମଗ୍ର ବିଶ୍ବ କବଳିତ । ଏଥିରୁ ବାଦ ପଡିନାହାନ୍ତି କୋମଲମତି ଛାତ୍ର ଛାତ୍ରୀ । କୋରନା ମାହାମାରୀ ପିଲାଙ୍କ ପାଠ ପଢାରେ ଡୋରୀ ବାନ୍ଧିଛି । ସ୍କୁଲ ବନ୍ଦ ହେବାପରେ ସରକାର ଛାତ୍ର ଛାତ୍ରୀଙ୍କୁ ପାଠବଢାକୁ ବଜାୟ ରଖିବା ପାଇଁ ଅନଲାଇନରେ ପାଠପଢା ପ୍ରକ୍ରିୟା ଆରମ୍ଭ କଲେ । ହେଲେ ଆର୍ଥୀକ ସ୍ବାବଲମ୍ବି ନଥିବା ଛାତ୍ରଛାତ୍ରୀ ଅନଲାଇନ ପାଠ ପଢାରୁ ବଞ୍ଛିତ ହୋଇ ଏବେ ମୂଲ ଲାଗୁଛନ୍ତି । ସେମାନଙ୍କର ଏକା ଜିଦ ଅନଲାଇନରେ ପାଠ ପଢିବା ପାଇଁ ମୂଲ ଲାଗି ଉପାର୍ଜିତ ଅର୍ଥରେ ସ୍ମାର୍ଟ ଫୋନ କିଣିବେ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ରାୟଗଡା ଜିଲ୍ଲା ସଦର ମହକୁମା ଠାରୁ ୧୦କିଲୋମିଟର ଦୂରରେ ଥିବା ଜାମୁଲିମା ଗାଁରେ । ଟାଇଁ ଟାଇଁ ଖରାରେ ମୁଣ୍ଡର ଝାଳ ତୁଣ୍ଡରେ ମାରି  ମୂଲ ଲାଗିଥିବାର ଦେଖିବାକୁ ମିଳିଛି ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ। ସେମାନଙ୍କୁ ସହାୟତା କରୁଛନ୍ତି ପରିବାରର ଲୋକେ । ପାଠପଢା ନିଶାରେ ଦୁଇ ଆଦିବାସୀ ଭାଇଭଉଣୀ ମାଣ୍ଡିଆ ଲାଗିଥିବା ଚାଷ ଜମିରେ କାମ କରୁଥିବା ଜଣାପଡିଛି । ଭାଇ ରୋହିତ ବିଡିକା ରାୟଗଡା ସହରର ଆମ୍ବାଗୁଡାରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବାବେଳେ, ଭଉଣୀ ମୋନିକା ଷଷ୍ଠ ଶ୍ରେଣୀର ଛାତ୍ରୀ । ଦାରିଦ୍ରତା ତାଙ୍କ ପାଠ ପଢାରେ ପ୍ରତିବନ୍ଧକ ସାଜିଛି ।

childଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବାରୁ ବାପା ଶଙ୍କର ବିଡିକାଙ୍କ ପାଇଁ ସ୍ମାର୍ଟ ଫୋନ୍ କିଣିବା କଷ୍ଟକର ବ୍ୟାପାର ହୋଇପଡିଛି । ଯାହାଫଳରେ ଅନ୍ୟ ଉପାୟ ନପାଇ ପିଲା ମାନେ ମୂଲ ଲାଗୁଥିବା ବାପା ଶଙ୍କର ବିଡିକା କହିଛନ୍ତି । କେବଳ ଏହି ଦୁଇ ପିଲା ନୁହଁନ୍ତି,ଜିଲ୍ଲାର ଅନେକ ଦୁର୍ଗମ ଅଞ୍ଚଳରେ ଆଦିବାସୀ ଛାତ୍ରଛାତ୍ରୀ ମାନେ ଟାୱାର୍ ଓ ସ୍ମାର୍ଟ ଫୋନ୍ ନଥିବା ଯୋଗୁଁ ଅନ୍ ଲାଇନ୍ ପାଠପଢାରୁ ବଞ୍ଚିତ ହୋଇଛନ୍ତି । ତେବେ ଗରୀବ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ବିକଳ୍ପ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଏହି ଅସହାୟ ପରିବାର ଗୁହାରୀ କରିଛନ୍ତି । ସତ କହିବାକୁ ଗଲେ ଗୋଟିଏ ପଟେ କରୋନା ଓ ଅନ୍ୟ ପଟେ ଦାରିଦ୍ରତା ଏହି ଦୋଛକିରେ ପେସି ହୋଇଯାଉଛନ୍ତି ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.