Below header

Micromax In Note 1 ବିକ୍ରି ଆରମ୍ଭ, ଜାଣନ୍ତୁ କ’ଣ ରହିଛି ଫୋନ୍ ର ଦାମ୍ ଏବଂ ଫିଚର୍ସ

ସ୍ବଦେଶୀ ସ୍ମାର୍ଟଫୋନ୍ ମେକର ମାଇକ୍ରୋମାକ୍ସ ନିକଟରେ ଦୁଇଟି ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହା ମଧ୍ୟରୁ ଗୋଟେ Micromax In Note 1 ଆଜିଠାରୁ ବିକ୍ରି ହେବାକୁ ଯାଉଛି। ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ଏହାର ବିକ୍ରି । ଯାହାର ମୂଲ୍ଯ ୧୦,୯୯୯ ଟଙ୍କା ରହିଛି।
ଏହି ଫୋନ ଦୁଇଟି ଭାରିଅଣ୍ଟରେ ମିଳୁଛି। ଯାହାର ଗୋଟେ ଭାରିଅଣ୍ଟରେ ୬୪ ଜିବି ଇଣ୍ଟର୍ନାଲ ଷ୍ଟୋରେଜ ଏବଂ ଟପ୍ ଭାରିଅଣ୍ଟରେ ୧୨୮ ଜିବି ଷ୍ଟୋରେଜ ମିଳୁଛି। ଏହାର ଦୁଇଟି କଲର, ଗ୍ରୀନ ଏବଂ ହ୍ବାଇଟ୍ ରେ ମିଳୁଛି। ଏହି ଫୋନକୁ ମାଇକ୍ରୋମାକ୍ସ ଏକ୍ସପ୍ରେସ କାର୍ଡ ଜରିଆରେ କିଣିଲେ ଫ୍ଲାଟ ଡିସକାଉଣ୍ଟ ମିଳୁଛି। ଏହାଛଡା ଆକ୍ସିସ୍‌ ବ୍ଯାଙ୍କ କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡ ୟୁଜର୍ସଙ୍କୁ ଡିସକାଉଣ୍ଟ ଦିଆଯାଉଛି।

micromaxe in note 1

ସ୍ପେସିଫିକସେନ :

Micromax In Note 1 ରେ ୬.୬୭ ଇଞ୍ଚର ଏଚଡି ଡିସପ୍ଲେ ସହିତ MediaTek Helio G 85 ପ୍ରୋସେସର ରହିଛି। ଏଥିରେ ୪ଟି ରିଅର କ୍ଯାମେରା ରହିଛି। ପ୍ରାଇମେରୀ ଲେନ୍ସ ୪୮ ମେଗାପିକ୍ସେଲ ରହିଥିବା ବେଳେ ୫ ମେଗାପିକ୍ସେଲ ୱାଇଡ ଆଙ୍ଗେଲ, ତୃତୀୟ କ୍ଯାମେରା ୨ ମେଗାପିକ୍ସେଲ ଡେପ୍ଥ ସେନସର ଏବଂ ଚତୁର୍ଥ କ୍ଯାମେରା ୨ ମେଗାପିକ୍ସେଲର ରହିଛି। ସେଲଫି ପାଇଁ ଫ୍ରଣ୍ଟରେ ୧୬ ମେଗାପିକ୍ସେଲ କ୍ଯାମେରା ଦିଆଯାଇଛି। ଏହି ଫୋନର ବ୍ଯାଟେରୀ ୫,୦୦୦ mAh ରହିଥିବା ବେଳେ ୧୮w ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ରହିଛି। ଏହି ଫୋନରେ କନେକ୍ଟିଭିଟି ପାଇଁ ରିୟର ଫିଙ୍ଗରପ୍ରିଣ୍ଟ ସ୍କାନର ଏବଂ ୩.୫ mm ହେଡଫୋନ୍ ଜ୍ଯାକ୍ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.