Below header

ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ବାଘଛାଲ ଓ ଦୁଇଟି ଓଳମାଳ ଗାଏବକୁ ନେଇ ଚର୍ଚ୍ଚା, ଭାଇରାଲ୍‌ ହେଉଛି କଦମ୍ବ ମାଳି ଫଟୋ

ପୁରୀ: ପୁରୀରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ବ୍ୟବହୃତ ହୋଇଥିବା ସୂର୍ଯ୍ୟ, ଚନ୍ଦ୍ର ଗାଏବ ପରେ ପୁଣି ଏବେ ବାଘଛାଲ ଓ ଦୁଇଟି ଓଳମାଳ ଗାଏବ ନେଇ ଚର୍ଚ୍ଚା । ଏହାସହ ମହାପ୍ରଭୁଙ୍କ କଦମ୍ବ ମାଳି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଜଣେ ସେବକ ନିଜ ଫେସବୁକ୍‌ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଛନ୍ତି ।

ନିଷ୍ପତ୍ତି ଅନୁଯାୟୀ ବେଶ ଓଲାଗି ପରେ ସିଂହାରୀ ସେବକମାନେ ନୀତି ପ୍ରଶାସକ ଓ କମାଣ୍ଡରଙ୍କ ଉପସ୍ଥିତିରେ ଦାଖଲ କରିଥିଲେ । ସଂପୂର୍ଣ୍ଣ ବେଶକୁ ଶ୍ରୀମନ୍ଦିର ଭିତରେ ଥିବା ନିଳାଦ୍ରୀ ମ୍ୟୁଜିୟମରେ ରଖାଯାଇଥିଲା । ଚନ୍ଦ୍ର ସୂର୍ଯ୍ୟ ଗାଏବ ଘଟଣାରେ ଦୋଷୀଙ୍କୁ ଗିରଫ କରିବା ଦାବିରେ ସିଂହଦ୍ୱାର ଥାନାରେ ମାମଲା ହୋଇଥିଲା ।

ଏବେ ପୁଣି ବେଶର ବିଭିନ୍ନ ଅଂଶ ବାହାରକୁ ଯାଉଥିବା ଅଭିଯୋଗ ପରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ବେଶ ଗାଏବ ଘଟଣା ନେଇ ମନ୍ଦିର କମାଣ୍ଡାଣ୍ଟଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶସାକ । ୨୫ ବର୍ଷ ପରେ ଗତ ୨୭ ତାରିଖରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.