Below header

ଏମିତି ମନ୍ଦିର ଯେଉଁଠି ରାବଣକୁ ବଧ କରିବା ପରେ ଭଗବାନ ରାମ କରିଥିଲେ ତପ

ଯେବେ ଯେବେ ଧରାପୃଷ୍ଟରେ ଧର୍ମର ଅବକ୍ଷୟ ଘଟେ, ଭଗବାନ ଜନ୍ମ ଗ୍ରହଣ କରନ୍ତି । ସନାତନ ଧର୍ମ ଅନୁଯାୟୀ, ଭଗବାନ ଶ୍ରୀରାମ ବିଷ୍ଣୁଙ୍କ ୭ମ ଅବତାର । ତ୍ରେତୟା ଯୁଗରେ ଶ୍ରୀରାମ ରାବଣକୁ ବଧ କରିବା ପାଇଁ ଅବତାର ଗ୍ରହଣ କରିଥିଲେ । ପ୍ରଭୁ ରାବଣକୁ ବଧ କରିବା ପରେ ଏହି ସ୍ଥାନରେ ତପସ୍ୟା କରିଥିଲେ । ଜାଣନ୍ତୁ କ’ଣ କହେ କିମ୍ବଦନ୍ତୀ ।

ଦେବଭୂମି ଉତ୍ତରାଖଣ୍ଡ, ଯେଉଁଠି ଭାଗୀରଥୀ ଓ ଅଳକାନନ୍ଦା ନଦୀ ମିଶିକରି ଗଙ୍ଗା ସୃଷ୍ଟି କରିଛନ୍ତି । ଏହି ସଙ୍ଗମ ସ୍ଥଳରେ ଭଗବାନ ରାମ ରାବଣଙ୍କୁ ବଧ କରିବା ପରେ କଠୋର ତପସ୍ୟା କରିଥିଲେ। କାରଣ ରାବଣ ଜଣେ ଉଚ୍ଚ ଶ୍ରେଣୀର ବ୍ରାହ୍ମଣ ଥିବାରୁ ବ୍ରହ୍ମ ହତ୍ୟା ପାପରୁ ମୁକୁଳିବା ପାଇଁ ଶ୍ରୀରାମ ଏଠାରେ କଠୋର ତପ କରିଥିଲେ। ଯେଉଁଥିପାଇଁ ଏଠାରେ କେବଳ ଶ୍ରୀରାମଙ୍କର ଏକକ ମୂର୍ତ୍ତି ରହିଛି । ତେଣୁ ଉତ୍ତରାଖଣ୍ଡରେ ଥିବା ଏହି ମନ୍ଦିର ‘ରଘୁନାଥ ମନ୍ଦିର’ ନାମରେ ଖ୍ୟାତ। ଶ୍ରୀରାମଙ୍କ ସହ ଏଠାରେ ଲକ୍ଷ୍ମଣ, ମା’ ସୀତା ଏବଂ ହନୁମାନ ନଥିବା ଦେଖାଯାଏ ।

Raghunath_Mandirମାନ୍ୟତା ରହିଛି, ହନୁମାନ କେବେ ଶ୍ରୀରାମଙ୍କୁ ଛାଡ଼ି ନଥାନ୍ତି । ତେଣୁ ଶ୍ରୀରାମ ଯେତେବେଳେ କଠୋର ତପରେ ଲୀନ ଥିଲେ, ହନୁମାନ ଲୁଚିକରି ଶ୍ରୀରାମଙ୍କ ପଛରେ ବସିଯାଇଥିଲେ। ସେଥିପାଇଁ ଏହି ପୀଠରେ ଶ୍ରୀରାମଙ୍କ ମନ୍ଦିର ପଛରେ ହନୁମାନଙ୍କ ମନ୍ଦିର ଥିବା ଦେଖାଯାଇଛି। କୁହାଯାଏ, ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପାଇଁ ଭଗବାନ ସ୍ୱୟଂ ପ୍ରକଟ ହୋଇ ଏହି ସ୍ଥାନକୁ ସିଦ୍ଧ କରିଥିଲେ । ଏଠାରେ ୧୦୭ ମନ୍ଦିର ଥିବା ବେଳେ ଗୋଟିଏ ମନ୍ଦିର ନେପାଳରେ ମୁକ୍ତିନାଥ ମନ୍ଦିର ନାମରେ ରହିଛି । ଯାହାର ଝରଣାରୁ ଭଗବାନ ଶାଳଗ୍ରାମ ବାହାରି ଥାନ୍ତି।

ଉତ୍ତରାଖଣ୍ଡର ରଘୁନାଥ ମନ୍ଦିର :

Raghunath-Mandirଏହି ମନ୍ଦିର ଦ୍ରାବିଡ ଶୈଳୀରେ ନିର୍ମିତ ହୋଇଛି । ଦେବପ୍ରୟାଗରେ ୧୧ ଶତାବ୍ଦୀର ପ୍ରାରମ୍ଭରେ ଏଠାରେ ରାମାନୁଜାଚାର୍ଯ୍ୟ କିଛି ସମୟ ରହି ତପସ୍ୟା କରିଥିଲେ । ରାମାନୁଜାଚାର୍ଯ୍ୟା ସମ୍ପର୍କରେ କୁହାଯାଏ ଯେ, ତାଙ୍କର ଭକ୍ତି ପରମ୍ପରାରେ ଆସି ରାମାନନ୍ଦ ଓ କବୀର ଦାସଙ୍କ ଭଳି ସନ୍ଥ ସୃଷ୍ଟି ହୋଇଥିଲେ । ଏଠାରେ ରାମାନୁଜାଚାର୍ଯ୍ୟ ଏଠାକାର ଆଧ୍ୟାତ୍ମିକ ମହତ୍ତ୍ୱ ବର୍ଣ୍ଣନା କରି ୧୧ ପଦ ରଚନା କରିଥିଲେ । ଏହିସବୁ ପଦ ତାମିଲ୍ ଭାଷାରେ ରଘୁନାଥ ମନ୍ଦିର କାନ୍ଥରେ ଲେଖାଯାଇଛି, ଯାହା ଆଜି ବି ଦୃଶ୍ୟମାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.