ମନୋରଂଜନ

ନୋରାଙ୍କ ଭିଣୋଇଙ୍କୁ BMW କାର୍‌ ଗିଫ୍ଟ କରିଥିଲା ସୁକେଶ, ଅଭିନେତ୍ରୀଙ୍କୁ ୬ ଘଣ୍ଟା ପଚରାଉଚରା ପରେ ଜାଣିଲା EOW

ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ଜ୍ୟାକଲିନଙ୍କ ପରେ ନୋରାଙ୍କୁ ପଚରାଉଚରା କରିଥିଲା ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା (EOW) । ଜ୍ୟାକଲିନଙ୍କ ଭଳି ଦିଲ୍ଲୀ ପୋଲିସ ନୋରା ଫତେହୀଙ୍କୁ ପିଙ୍କି ଇରାନୀଙ୍କ ସାମ୍ନାରେ ବସାଇ ନୋରାଙ୍କୁ ପଚରାଉଚରା କରିଥିଲା।  କେବଳ ଏତିକି ନୁହେଁ, ପୋଲିସ ସୁକେଶ ଚନ୍ଦ୍ରଶେଖରଙ୍କୁ ନୋରାଙ୍କ ସାମ୍ନାରେ ବସାଇ ପ୍ରଶ୍ନ ପଚାରିଥିଲା। ତେବେ ଏହି ସମୟରେ ପୋଲିସ ଜାଣିବାକୁ ପାଇଥିଲା କି, ନୋରାଙ୍କ ଭିଣେଇଙ୍କୁ ୬୫ ଲକ୍ଷ ଟଙ୍କାର ବିଏମଡବ୍ୟୁ କାର ଉପହାର ଦେଇଥିଲେ ସୁକେଶ । ସୁକେଶଙ୍କୁ ନ ଦେଖା କରି ମଧ୍ୟ ତାଙ୍କ ସହିତ ଚାଟ୍‌ କରୁଥିଲେ ନୋରାଙ୍କ ଭିଣୋଇ। ଏହାସହିତ ନୋରା କେବେ ବି ସୁକେଶ କିମ୍ବା ପିଙ୍କିଙ୍କ ସହିତ ଦେଖାହୋଇନାହାନ୍ତି ବୋଲି ପୋଲିସକୁ କହିଥିଲେ। ମୁମ୍ବାଇରେ ରହୁଥିବା ପିଙ୍କି ଇରାନୀ ସୁକେଶ ଚନ୍ଦ୍ରଶେଖରଙ୍କ ସାଙ୍ଗ ଥିଲେ।

ନୋରାଙ୍କୁ ପୋଲିସ ୬ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା ଇଓଡବ୍ଲ୍ୟୁ। ଏହି ପଚରାଉଚରା ବେଳେ ସୁକେଶଙ୍କ ସହଯୋଗୀ ପିଙ୍କି ଇରାନୀ, ନୋରାଙ୍କ ଭିଣୋଇ ବିବ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ସୁକେଶ ନୋରାଙ୍କ ଭିଣୋଇ ବବିଙ୍କୁ ୬୫ଲକ୍ଷ ଟଙ୍କା ମୂଲ୍ୟର ବିଏମଡବ୍ଲୁ ଉପହାର ଦେଇଥିବା ଜଣାପଡିଛି। ପିଙ୍କି ଏବଂ ବବି ଏକଥା ଇଓଡବ୍ଲୁ ଅଧିକାରୀଙ୍କ ନିକଟରେ ସ୍ୱୀକାର କରିଛନ୍ତି। ଏଥି ସହିତ ନୋରା ଦାବି କରିଛନ୍ତି ଯେ ସେ କେବେ ସୁକେଶ କିମ୍ବା ପିଙ୍କିଙ୍କୁ ଭେଟି ନଥିଲେ। ସେ କେବଳ ହ୍ବାଟସଆପ ମାଧ୍ୟମରେ ସୁକେଶଙ୍କ ସହ କଥା ହେଉଥିଲେ।

ଏହାଛଡା ଅନ୍ୟ ଏକ ମାମଲାରେ ଅଭିନେତ୍ରୀ ଜ୍ୟାକଲିନଙ୍କ ସହିତ ତାଙ୍କ ମ୍ୟାନେଜର ପ୍ରଶାନ୍ତଙ୍କୁ ମଧ୍ୟ ସୁକେଶଙ୍କ ତରଫରୁ ମହଙ୍ଗା ଉପହାର ମିଳିଥିଲା। ଯାଞ୍ଚ କରିବା ବେଳେ ଦିଲ୍ଲୀ ପୋଲିସକୁ ପତ୍ତା ଲାଗିଥିଲା। ଦିଲ୍ଲୀ ପୋଲିସ ଗୁରୁବାର ଦିନ ଜ୍ୟାକଲିନଙ୍କ ମ୍ୟାନେଜର ପାଖରୁ ଡୁକାଟି ବାଇକ୍‌ ଜବତ କରିଛି। ସୂଚନାଯୋଗ୍ୟ, ଏହି ବାଇକକୁ ସୁକେଶ ଉପହାର ଭାବେ ଜ୍ୟାକଲିନଙ୍କ ମ୍ୟାନେଜରକୁ ଦେଇଥିଲେ।

ଗୋଟିଏ କମ୍ପାନୀ ଚଲାଉଥିବା ପ୍ରଶାନ୍ତଙ୍କୁ ଜନ୍ମଦିନରେ ଏହି ବାଇକ ଉପହାର ଦେଇଥିଲେ ସୁକେଶ। ଏହାକୁ ନେଇ ପ୍ରଶାନ୍ତ କହିଛନ୍ତି, ସେ ଏହି ବାଇକକୁ ଚଲାଉନାହାନ୍ତି। ତେବେ ପୋଲିସ ଏହି ବାଇକ୍‌କୁ ଜବତ କରିଛି। ତେବେ ପୋଲିସ କହିବା ମୁତାବକ, ଜ୍ୟାକଲିନ ଏବଂ ନୋରାଙ୍କ ଜବାବକୁ ତାଳମେଳ ଖାଇଲେ ପୁଣିଥରେ ଦୁହିଁଙ୍କୁ ଏକାଠି ଡକାଯିବ। ସୂଚନାଯୋଗ୍ୟ , ଜ୍ୟାକଲିନ ଓ ନୋରାଙ୍କ ବ୍ୟତୀତ ତିହାର ଜେଲରେ ସୁକେଶ ଚନ୍ଦ୍ରଶେଖରଙ୍କୁ ଅନ୍ୟ ଚାରିଜଣ ଅଭିନେତ୍ରୀ ଭେଟିଥିଲେ। ଏହି ଚାରିଜଣ ଅଭିନେତ୍ରୀ ହେଲେ ନିକିତା ତମ୍ବୋଲି, ଚାହତ ଖନ୍ନା, ସୋଫିଆ ସିଂ ଏବଂ ଆରୁଶା ପାଟିଲ। ଏମାନଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।

Also Read : ୩୫ ଦିନ ପରେ ବି ଆସିନି ରାଜୁଙ୍କ ହୋସ୍‌, ପତ୍ନୀ କହିଲେ ‘ପ୍ଲିଜ୍‌ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ’

Swagatika

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

57 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago