ମନୋରଂଜନ

ହାତ ଧୋଇବାବେଳେ ପାଣି ନଳ ବନ୍ଦ କରିବାକୁ ଭୁଲି ଗଲେ ଏହି ସୁନ୍ଦରୀ ସାଂସଦ, ସୋସିଆଲ ମିଡିଆରେ ଟ୍ରୋଲ୍‌ କଲେ ୟୁଜର୍ସ

ଟିଏମସି ସାଂସଦ ଏବଂ ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି। ତାଙ୍କର ସବୁ ଭିଡିଓକୁ ଖୁବ୍‌ ପସନ୍ଦ କରାଯାଏ। କିନ୍ତୁ ଅନେକ ଥର ତାଙ୍କୁ ତାଙ୍କ ଭିଡିଓ ପାଇଁ ଟ୍ରୋଲ କରାଯାଏ। ବର୍ତ୍ତମାନ ତାଙ୍କର ଗୋଟେ ଭିଡିଓ ପାଇଁ ମଧ୍ୟ ସେ ଏବେ ଟ୍ରୋଲ ହୋଇଛନ୍ତି। ସୋସିଆଲ ମିଡିଆରେ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସେଫ୍‌ ହ୍ୟାଣ୍ଡସ୍‌ ଚ୍ୟାଲେଞ୍ଜ ଚାଲୁଛି। ଯାହାକୁ ନୁସରତ୍‌ ଜହାଁ ମଧ୍ୟ କରିଛନ୍ତି ଆଉ ସେ ଏହି ଭିଡିଓକୁ ନିଜର ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି। କିନ୍ତୁ ଲୋକମାନେ ତାଙ୍କର ଏହି ଭିଡିଓ ପାଇଁ ତାଙ୍କୁ ଟ୍ରୋଲ କରିଛନ୍ତି। ଲୋକେ ତାଙ୍କ ଭିଡିଓରେ ପାଣି ଟ୍ୟାବ୍‌ ଖୋଲି ରଖିଥିବା କଥାକୁ ନୋଟିସ୍‌ କରିଛନ୍ତି।

ନୁସରତ ଭିଡିଓରେ ପାଣି ଟ୍ୟାବ୍‌ ଖୋଲି ହ୍ୟାଣ୍ଡ ଓ୍ଵାସ୍‌ କରୁଥିବାର ଦେଖିବାକୁ ମିଳୁଛି। ସେ ଏହି ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ‘ଚାଲନ୍ତୁ ଆମେ ସମସ୍ତେ ମିଣି ଏକତ୍ରିତ ହେବା ଏବଂ କୋଭିଡ-୧୯କୁ ରୋକିବା ପାଇଁ ପ୍ରତି ଘଣ୍ଟାକୁ ଥରେ ହାତ ଧୋଇବା ଉଚିତ। ମନେ ରଖନ୍ତୁ ପାଣି ବର୍ବାଦ କରନ୍ତୁନାହିଁ। ଆଲର୍ଟ ରୁହନ୍ତୁ।’

ଭିଡିଓରେ ଦେଖିବାକୁ ମିଳୁଛି ନୁସରତ୍‌ ଜହାଁ ନଳ ଖୋଲି ସାବୁନରେ ହାତ ସଫା କରୁଛନ୍ତି। ଏହି ସମୟରେ ଟ୍ୟାପକୁ ବନ୍ଦ କରିବାକୁ ସେ ଭୁଲି ଯାଇଛନ୍ତି। ଲୋକମାନେ ତାଙ୍କର ଏହି ଭୁଲ ପାଇଁ ତାଙ୍କୁ ଟ୍ରୋଲ କରାଯାଇଛି। ଲୋକମାନେ କହିଛନ୍ତି ମ୍ୟାଡମ୍‌ ପାଣି ବନ୍ଦ କରିବାକୁ ଭୁଲି ଯାଇଛ। ଆଉ ଏହି ଭିଡିଓ ହଟାଇ ଆଉ ଗୋଟେ ଭିଡିଓ ପୋଷ୍ଟ କରନ୍ତୁ।

Pritiparna

Recent Posts

ଯୁବବର୍ଗ ମୋ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାହାରୁ ନେତାମାନେ ଆସି ମୋତେ ବ୍ୟକ୍ତିଗତ ଭାବେ ଆଟାକ କରୁଛନ୍ତି । କଟୁ କଥା କହୁଛନ୍ତି । ଆପଣ ଭଲଭାବେ…

1 min ago

ଘରର ଚାଳ ଉପରେ ଦୁମ୍‌ କି ପଡିଲା ହାଇଓ୍ଵା ଟ୍ରକ୍‌, ଭିତରେ ଶୋଇଥିଲେ ସ୍ୱାମୀ ସ୍ତ୍ରୀ

ସାଲେପୁର (କେନ୍ୟୁଜ): ଖାଇ ପିଇ ରାତିରେ ଶୋଇଲେ ସ୍ୱାମୀ ସ୍ତ୍ରୀ । ଘରର କବାଟ କଣ୍ଟା ଦେଇ ଶୋଇବାକୁ ଗଲେ…

7 mins ago

ଟି୨୦ ବିଶ୍ୱକପ : ନ୍ୟୁୟର୍କରେ ଗାର୍ଡେନ ସିଟିରେ ଅଭ୍ୟାସ କରୁଛି ଭାରତୀୟ ଟିମ୍‌

ଟି୨୦ ବିଶ୍ୱକପ ଉପରେ ରହିଛି ସମସ୍ତଙ୍କ ନଜର । ଆଉ ୪ ଦିନ ପରେ ଆରମ୍ଭ ହେବ ଟି୨୦ ବିଶ୍ୱକପ…

17 mins ago

ଜନ୍ମଦିନ ପାଳନ କରି ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ କାର, ପରିବାରର ୬ ମୃତ

ମଙ୍ଗଳବାର ମଧ୍ୟରାତ୍ରୀରେ ମହାରାଷ୍ଟ୍ରର ସାଙ୍ଗଲିର ତାସଗାଓଁ-ମନେରାଜୁରୀ ରାସ୍ତାରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଏହି…

38 mins ago

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଭିଣୋଇ ନାଁରେ ଅଭିଯୋଗ ଆଣିଲା ଶଳା

ଗଞ୍ଜାମ : ମୋ ଭଉଣୀର ବର୍ଷେ ତଳେ ହୋଇଥିଲା ବାହାଘର । କେଡ଼େ ଖୁସିରେ ନୂଆ କରି ସଂସାର ଗଢ଼ି…

42 mins ago

ସାମସଙ୍ଗ ଲଞ୍ଚ କଲା M35 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ ଓ ଫିଚର୍ସ

ଲଞ୍ଚ ହୋଇଯାଇଛି Samsung Galaxy M35 5G ସ୍ମାର୍ଟଫୋନ୍ । ସାଉଥ କୋରିଆନ ସ୍ମାର୍ଟଫୋନ୍ କମ୍ପାନୀ ସାମସଙ୍ଗ ବର୍ତ୍ତମାନ ବ୍ରାଜିଲରେ…

1 hour ago