ହାତ ଧୋଇବାବେଳେ ପାଣି ନଳ ବନ୍ଦ କରିବାକୁ ଭୁଲି ଗଲେ ଏହି ସୁନ୍ଦରୀ ସାଂସଦ, ସୋସିଆଲ ମିଡିଆରେ ଟ୍ରୋଲ୍‌ କଲେ ୟୁଜର୍ସ

ଟିଏମସି ସାଂସଦ ଏବଂ ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି। ତାଙ୍କର ସବୁ ଭିଡିଓକୁ ଖୁବ୍‌ ପସନ୍ଦ କରାଯାଏ। କିନ୍ତୁ ଅନେକ ଥର ତାଙ୍କୁ ତାଙ୍କ ଭିଡିଓ ପାଇଁ ଟ୍ରୋଲ କରାଯାଏ। ବର୍ତ୍ତମାନ ତାଙ୍କର ଗୋଟେ ଭିଡିଓ ପାଇଁ ମଧ୍ୟ ସେ ଏବେ ଟ୍ରୋଲ ହୋଇଛନ୍ତି। ସୋସିଆଲ ମିଡିଆରେ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସେଫ୍‌ ହ୍ୟାଣ୍ଡସ୍‌ ଚ୍ୟାଲେଞ୍ଜ ଚାଲୁଛି। ଯାହାକୁ ନୁସରତ୍‌ ଜହାଁ ମଧ୍ୟ କରିଛନ୍ତି ଆଉ ସେ ଏହି ଭିଡିଓକୁ ନିଜର ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି। କିନ୍ତୁ ଲୋକମାନେ ତାଙ୍କର ଏହି ଭିଡିଓ ପାଇଁ ତାଙ୍କୁ ଟ୍ରୋଲ କରିଛନ୍ତି। ଲୋକେ ତାଙ୍କ ଭିଡିଓରେ ପାଣି ଟ୍ୟାବ୍‌ ଖୋଲି ରଖିଥିବା କଥାକୁ ନୋଟିସ୍‌ କରିଛନ୍ତି।

jahanନୁସରତ ଭିଡିଓରେ ପାଣି ଟ୍ୟାବ୍‌ ଖୋଲି ହ୍ୟାଣ୍ଡ ଓ୍ଵାସ୍‌ କରୁଥିବାର ଦେଖିବାକୁ ମିଳୁଛି। ସେ ଏହି ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ‘ଚାଲନ୍ତୁ ଆମେ ସମସ୍ତେ ମିଣି ଏକତ୍ରିତ ହେବା ଏବଂ କୋଭିଡ-୧୯କୁ ରୋକିବା ପାଇଁ ପ୍ରତି ଘଣ୍ଟାକୁ ଥରେ ହାତ ଧୋଇବା ଉଚିତ। ମନେ ରଖନ୍ତୁ ପାଣି ବର୍ବାଦ କରନ୍ତୁନାହିଁ। ଆଲର୍ଟ ରୁହନ୍ତୁ।’


ଭିଡିଓରେ ଦେଖିବାକୁ ମିଳୁଛି ନୁସରତ୍‌ ଜହାଁ ନଳ ଖୋଲି ସାବୁନରେ ହାତ ସଫା କରୁଛନ୍ତି। ଏହି ସମୟରେ ଟ୍ୟାପକୁ ବନ୍ଦ କରିବାକୁ ସେ ଭୁଲି ଯାଇଛନ୍ତି। ଲୋକମାନେ ତାଙ୍କର ଏହି ଭୁଲ ପାଇଁ ତାଙ୍କୁ ଟ୍ରୋଲ କରାଯାଇଛି। ଲୋକମାନେ କହିଛନ୍ତି ମ୍ୟାଡମ୍‌ ପାଣି ବନ୍ଦ କରିବାକୁ ଭୁଲି ଯାଇଛ। ଆଉ ଏହି ଭିଡିଓ ହଟାଇ ଆଉ ଗୋଟେ ଭିଡିଓ ପୋଷ୍ଟ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.