Below header

ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍‌ ଖାତା ମୂଲ୍ୟାୟନ, ୧୬ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍‌ ଖାତା ମୂଲ୍ୟାୟନ । ୧୬ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାରେ ନିୟୋଜିତ ହୋଇଛନ୍ତି। କରୋନା ଭୟ ଥିବାରୁ ଖାତା ଦେଖିବା ପାଇଁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଶିକ୍ଷକ ଶିକ୍ଷୟିତ୍ରୀମାନେ ପର୍ଯ୍ୟାୟକ୍ରମେ ମୂଲ୍ୟାୟନ କେନ୍ଦ୍ର ଭିତରକୁ ଯିବେ । ମୂଲ୍ୟାୟନକାରୀ ୩ଟି ପର୍ଯ୍ୟାୟରେ ଖାତା ଦେଖାରେ ସାମିଲ ହେବେ। ସକାଳ ୮ଟା ୩୦ରୁ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ହୋଇଥିବାବେଳେ ୯ଟା ୩୦ରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ଓ ୧୦ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ତୃତୀୟ ସିଟିଂ ଉତ୍ତର ଖାତା ମୂଲ୍ୟାୟନ ହେବ। ସବୁ କେନ୍ଦ୍ରରେ ହ୍ୟାଣ୍ଡୱାସ୍‌, ମାସ୍କ, ସାନିଟାଇଜର ରଖାଯାଇଛି। ଏପ୍ରିଲ ୧୦ ତାରିଖ ସୁଦ୍ଧା ମୂଲ୍ୟାୟନ ଶେଷ କରିବାକୁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.