Below header

Hero Motocorp ଖୁବଶୀଘ୍ର ବନ୍ଦ କରିବ Pleasure, ୱେବସାଇଟ୍‌ରୁ ବିବରଣୀ ହଟାଇଲା କମ୍ପାନୀ

Hero Motocorp କମ୍ପାନୀ ନିଜର ପୁରୁଣା ଗାଡି ପ୍ଲେଜରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ କମ୍ପାନୀ ନିଜର ଅଫିସିଆଲ ୱେବସାଇଟ୍‌ରୁ ସ୍କୁଟିର ବିବରଣୀକୁ ମଧ୍ୟ ହଟାଇଦେଇଛି। କମ୍ପାନୀ ପକ୍ଷରୁ ଗତ ମଇରେHero Pleasure Plus ନାମରେ ନୂଆ ସ୍କୁଟି ଲଞ୍ଚ କରିଥିଲା। ଏବେ କମ୍ପାନି ବିଏସ ୬ ଗାଡି ନିର୍ମାଣ କରିବା ଆରମ୍ଭ କରୁଥିବା ବେଳେ ପୁରୁଣା ପ୍ଲେଜରକୁ ଆଉ ବିଏସ୍‌ ୬ କରିବ ନାହିଁ। ତେଣୁ କମ୍ପାନୀ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ppp

 

ସୂଚନାଯୋଗ୍ୟ, ହିରୋ ପ୍ଲେଜର ସର୍ବାଧିକ ସ୍ପିଡ ୭୭ କିମି ପ୍ରତି ଲିଟର ରହିଛି। ଏହାର ଇଞ୍ଜନ ୧୦୨ ସିସି। ଏଥିରେ ସିଙ୍ଗଲ ସିଲିଣ୍ଡର, ଏୟାର କୁଲ୍ଡ ଇଞ୍ଜନ ମଧ୍ୟ ରହିଛି। କିନ୍ତୁ ନୂଆ ହିରୋ ପ୍ଲେଜର ପ୍ଲସର ଇଞ୍ଜନ ୧୧୦ ସିସି ସହିତ ୪ ଷ୍ଟ୍ରୋକ ସିଙ୍ଗଲ ସିଲିଣ୍ଡର ରହିଛି। ଏହାର ମୂଲ୍ୟ ୫୪,୮୦୦ ରହିଛି। ଏହି ଗାଡିରେ ଇଲେକ୍ଟ୍ରିକ ଷ୍ଟାଟ୍‌ ଏବଂ କିକ୍‌ ଷ୍ଟାଟର ଫିଚର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.